ଇରାନ୍‌ର ଚାବାହାର ବନ୍ଦର ବିକାଶ ନିମନ୍ତେ ଭାରତ ଉପରୁ କେତେକ କଟକଣା ଉଠାଇଲା ଆମେରିକା

ଓ୍ଵାସିଂଟନ୍‌: ଇରାନ୍‌ର ଚାବାହାର ବନ୍ଦରର ବିକାଶ ସହ ଆଫଗାନ୍‌ ସହ ସଂଯୋଗ ନିମନ୍ତେ ରେଳପଥ ନିର୍ମାଣ କରିବାକୁ ଯୁକ୍ତରାଷ୍ଟ୍ର ଆମେରିକା ଭାରତ ଉପରୁ କେତେକ କଟକଣା ଉଠାଇ ଦେଇଛି। ଓମାନ ଉପସାରଗରେ ବନ୍ଦରର ଉନ୍ନତ୍ତି କରାଇବାରେ ଭାରତର ଭୂମିକା ଦୃଷ୍ଟିରୁ ଟ୍ରମ୍ପ୍‌ ପ୍ରଶାସନ ତରଫରୁ ଏଭଳି ନିଷ୍ପତ୍ତି ନିଆଯାଇଛି। କିନ୍ତୁ, ସୋମବାର ଦିନ ଓ୍ଵାସିଂଟନ୍‌ ଇରାନ ଉପରେ ସବୁଠୁ କଠୋର କଟକଣା ଜାରି କରିଥିଲା ଏବଂ ସେଥିରୁ କୋହଳ ପାଇବା ଥିଲା ଅତ୍ୟନ୍ତ କଷ୍ଟକର।

ବୈଦେଶିକ ବିଭାଗର ମୁଖପାତ୍ର କହିଛନ୍ତି: ବ୍ୟାପକ ବିଚାର ପରେ, ସେକ୍ରେଟାରି ଅଫ୍‌ ଷ୍ଟେଟ୍‌ ୨୦୧୨ ଫ୍ରିଡମ୍‌ ଆଣ୍ଡ୍‌ କାଉଣ୍ଟର୍‌- ପ୍ରୋଲିଫେରେସନ୍‌ ଆକ୍ଟ୍‌ ଅଧୀନରେ ନିର୍ଦ୍ଦିଷ୍ଟ କେତେକ କଟକଣା ଲାଗୁ ଉପରେ ବ୍ୟକ୍ତିକ୍ରମ ଆଣିଛନ୍ତି। ଚାବାହାର ବନ୍ଦରର ଉନ୍ନତି, ରେଳପଥ ନିର୍ମାଣ, ଆଫଗାନିସ୍ତାନରେ ବ୍ୟବହାର ନିମନ୍ତେ ଅଣକଟକଣା ସାମଗ୍ରୀମାନ ଜାହାଜରେ ପରିବହନ କରିବା ଏବଂ ଦେଶ ଇରାନୀୟ ପେଟ୍ରୋଲିୟମ୍‌ ସାମଗ୍ରୀ ଆମଦାନି କରୁଥିବା ଦୃଷ୍ଟିରୁ କେତେକ କଟକଣା ଲାଗୁ କରାଯାଉନାହିଁ।

କିନ୍ତୁ, ବୈଦେଶିକ ସଚିବ ମାଇକ୍‌ ପୋମ୍ପେଓ କହିଛନ୍ତି ଯେ ଭାରତ, ଚୀନ୍‌, ଇଟାଲି, ଗ୍ରିସ୍‌, ଜାପାନ, ଦକ୍ଷିଣ କୋରିଆ, ତାଇଓ୍ଵାନ୍‌ ଏବଂ ତୁର୍କୀ ଆଦି ଆଠଟି ଦେଶ ପାରସ୍ୟ ଉପସାଗରୀୟ ଦେଶରୁ ତୈଳ କ୍ରୟ ଉଲ୍ଲେଖଯୋଗ୍ୟ ଭାବେ ହ୍ରାସ କରିଥିବାରୁ ସେମାନଙ୍କୁ ଇରାନୀୟ ତୈଳ ଖରିଦ କରିବାକୁ ସାମୟିକ ଅନୁମତି ଦିଆଯାଇଛି।

ସମ୍ବନ୍ଧିତ ଖବର