କୋଭିଡ୍‌-୧୯ ଦ୍ବିତୀୟ ବୁଷ୍ଟର୍‌ ଡୋଜ୍‌ ଟିକା ଅନୁମୋଦନ କରିବା କଥା ବିଚାର କରୁଛି ଆମେରିକାର ‘ଏଫ୍‌ଡିଏ’

ୱାସିଂଟନ୍‌: ଆଗାମୀ ଶରତ୍‌ଋତୁ ବେଳକୁ କୋଭିଡ୍‌-୧୯ ଟିକାର ୪ର୍ଥ ଡୋଜ୍‌ ଅର୍ଥାତ୍‌, ଦ୍ବିତୀୟ ବୁଷ୍ଟର୍‌ ଡୋଜ୍‌ ଟିକାକୁ ସ୍ବୀକୃତି ଦେବା କଥା ଯୁକ୍ତରାଷ୍ଟ୍ର ଆମେରିକାର ‘ଫୁଡ୍‌ ଆଣ୍ଡ୍‌ ଡ୍ରଗ୍‌ ଆଡ୍‌ମିନିଷ୍ଟ୍ରେସନ୍‌’ ବିଚାର କରୁଥିବା କଥା ଶନିବାର ଦିନ ‘ୱାଲ୍‌ ଷ୍ଟ୍ରିଟ୍‌ ଜର୍ଣ୍ଣାଲ୍‌’ ରିପୋର୍ଟ କରିଛି।

ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ‘ଫାଇଜର୍‌’ର ‘ପିଏଫ୍‌ଇ.ଏନ୍‌’, ‘ବାୟୋଏନ୍‌ଟେକ୍‌’ର ଏସ୍‌ଇ ୨୨ୟୁଏୱାଇ.ଡିଇ’, ଏବଂ ‘ମଡର୍ଣ୍ଣା’ର ‘ଏମ୍‌ଆର୍‌ଏନ୍‌ଏ.ଓ’ ଟିକାକୁ ଦ୍ବିତୀୟ ବୁଷ୍ଟର୍‌ ଡୋଜ୍‌ ଟିକା ଭାବେ ସ୍ବୀକୃତି ଦେବାକୁ ଲାଗି ତଥ୍ୟାବଳି ସମୀକ୍ଷା କରୁଛି।

Image Courtesy of The Guardian

କିନ୍ତୁ, ଏ ସଂକ୍ରାନ୍ତରେ ‘ଫୁଡ୍‌ ଆଣ୍ଡ୍‌ ଡ୍ରଗ୍‌ ଆଡ୍‌ମିନିଷ୍ଟ୍ରେସନ୍‌’ କୌଣସି ମନ୍ତବ୍ୟ ଦେଇନାହିଁ।

ସୂଚନାଯୋଗ୍ୟ, ‘ଓମିକ୍ରନ୍‌ ଭେରିଏଣ୍ଟ୍‌’ କବଳରୁ ଶୀଘ୍ର ଅଧିକ ସୁରକ୍ଷା ପାଇବା ପାଇଁ ଗତ ମାସରେ ‘ଫୁଡ୍‌ ଆଣ୍ଡ୍‌ ଡ୍ରଗ୍‌ ଆଡ୍‌ମିନିଷ୍ଟ୍ରେସନ୍‌’ ‘ଫାଇଜର୍‌’, ‘ବାୟୋଏନ୍‌ଟେକ୍‌’ ଏବଂ ‘ମଡର୍ଣ୍ଣା’ ନିର୍ମିତ କୋଭିଡ୍‌-୧୯ ବୁଷ୍ଟର୍‌ ଟିକା ନେବାର ସମୟ ଅବଧି ହ୍ରାସ କରିଥିଲା।

କିନ୍ତୁ, ଦ୍ବିତୀୟ ବୁଷ୍ଟର୍‌ ଡୋଜ୍‌ର ଯୋଜନା ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି। ଏହି ବୁଷ୍ଟର୍‌ ଡୋଜ୍‌ ସବୁ ପ୍ରାପ୍ତବୟସ୍କଙ୍କ ପାଇଁ କିଂବା ନିର୍ଦ୍ଦିଷ୍ଟ ବୟସବର୍ଗ ଅଥବା ଓମିକ୍ରନ୍‌ ଭେରିଏଣ୍ଟ୍‌ ପାଇଁ ବା ଭିନ୍ନ କାରଣ ପାଇଁ ଦିଆଯିବ, ତାହା ଧାର୍ଯ୍ୟ କରାଯିବା ପରେ ସ୍ବୀକୃତି ମିଳିବ ବୋଲି ରିପୋର୍ଟରେ ଉଲ୍ଲେଖ ଅଛି।

ସମ୍ବନ୍ଧିତ ଖବର