ଚୀନ ଗାଲରେ ଶକ୍ତ ଚାପୁଡା ମାରିଲେ ମୋଦି, ଘଟଣା କଣ ଜାଣନ୍ତୁ

ନୂଆଦିଲ୍ଲୀ : ଆମେରିକା ଦ୍ୱାରା ଭାରତକୁ ଏସଟିଏ-୧ ସହଯୋଗୀ ଦେଶମାନ୍ୟତା ଦେବା ଚୀନ ମୁହଁରେ ଏକ ଶକ୍ତ ଚାପୁଡ଼ା ପରି ହୋଇଛି । କାରଣ ଏହା ଦ୍ୱାରା ଭାରତକୁ ବିଭିନ୍ନ ଅତ୍ୟାଧୁନିକ ସାମରିକ ଟେକନଲୋଜୀ ହସ୍ତାନ୍ତର ସହଜ ହୋଇଯିବ । ଭାରତ ଯେପରି ଆମେରିକାର ସାମରିକ ସହଯୋଗୀ ହୋଇନପାରିବ ସେଥିଲାଗି ଚୀନ ଅନେକ ବର୍ଷ ହେଲା ଉଦ୍ୟମ କରିଆସୁଥିଲା । କିନ୍ତୁ ଏବେ ଚୀନ ନିଜ ଚକ୍ରାନ୍ତରେ ବିଫଳ ହୋଇଯାଇଛି ।

ଆମେରିକାର ଏକ ଆଇନ ଅନୁସାରେ ଅନ୍ତର୍ଜାତୀୟ ସ୍ତରରେ ଥିବା ୪ଟି ମୁଖ୍ୟ ପ୍ରଯୁକ୍ତି ନିୟନ୍ତ୍ରଣ ଚୁକ୍ତି ଏନଏସଜି, ମିସାଇଲ ଟେକନଲୋଜୀ କଣ୍ଟ୍ରୋଲ ରେଜିମ, ଓ୍ଵାସେନାର ଆରେଞ୍ଜମେଣ୍ଟ ଓ ଅଷ୍ଟ୍ରେଲିଆ ଗ୍ରୁପର ସଦସ୍ୟ ନହେଲା ପର୍ଯ୍ୟନ୍ତ ଭାରତ କିମ୍ବା ଅନ୍ୟ କୌଣସି ଦେଶକୁ ଆମେରିକା ଗୁରୁତ୍ୱପୂର୍ଣ୍ଣ ସାମରିକ ଟେକନଲୋଜୀ ହସ୍ତାନ୍ତର କରିପାରିବ ନାହିଁ । ଭାରତ ଏନଏସଜିକୁ ଛାଡି ଅନ୍ୟ ୩ଟିର ସଦସ୍ୟ ହୋଇଯାଇଛି । କିନ୍ତୁ ଭାରତର ଏନଏସଜି ସଦସ୍ୟତା ପଛରେ ଚୀନ ସବୁବେଳେ ପ୍ରତିବନ୍ଧକ ଭାବେ ଦେଖାଦେଇଛି । ଏପରି କରିବା ଦ୍ୱାରା ଚୀନ ଭାରତ ଯେପରି ଆମେରିକାଠାରୁ ଟେକନଲୋଜୀ ନ ପାଇପାରିବ ତାହା ନିଶ୍ଚିତ କରୁଥିଲା । କିନ୍ତୁ ମୋଦି ସରକାରଙ୍କ ବିଚକ୍ଷଣ କୂଟନୀତି ଯୋଗୁଁ ଏବେ ଟ୍ରମ୍ପ ପ୍ରଶାସନ ଉକ୍ତ ଆଇନରେ ସଂଶୋଧନ କରି ଭାରତକୁ ନାଟୋ ସମକକ୍ଷ ମାନ୍ୟତା ଦେଇଛନ୍ତି । ଏହା ଚୀନ ଗାଲରେ ମୋଦିଙ୍କ ଏକ ଶକ୍ତ ଚାପୁଡ଼ା ସଦୃସ ହୋଇଛି ବୋଲି ଆଲୋଚନା ହେଉଛି ।

ସମ୍ବନ୍ଧିତ ଖବର