ସପ୍ତାହକ ମଧ୍ୟରେ ଉତ୍ତର କୋରିଆ ୨ଟି ‌କ୍ଷେପଣାସ୍ତ୍ର ପରୀକ୍ଷା କରିବାରୁ କେତେକ ବିମାନ ଉଡ଼ାଣ ସ୍ଥଗିତ ରଖିଲା ଆମେରିକା

ୱାସିଂଟନ୍‌: ସପ୍ତାହକ ମଧ୍ୟରେ ଉତ୍ତର କୋରିଆ ଦୁଇଟି ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ପରୀକ୍ଷା କରିବା ପରେ ଯୁକ୍ତରାଷ୍ଟ୍ର ଆମେରିକା ତା’ର ପଶ୍ଚିମ ଉପକୂଳବର୍ତ୍ତୀ ଅଞ୍ଚଳରେ କେତେକ ବିମାଡ଼ ଉଡ଼ାଣ କିଛି ସମୟ ପାଇଁ ସ୍ଥଗିତ ରଖିଥିଲା ବୋଲି ମଙ୍ଗଳବାର ଦିନ ସରକାରୀ ଅଧିକାରୀମାନେ କହିଛନ୍ତି।

ସ୍ଥାନୀୟ ସମୟ ଅନୁସାରେ, ସୋମବାର ସନ୍ଧ୍ୟାରେ ଉକ୍ତ କ୍ଷେପଣାସ୍ତ୍ର ପରୀକ୍ଷା ସମ୍ପର୍କରେ ଦକ୍ଷିଣ କୋରିଆ ସେନା ଠାରୁ ସୂଚନା ପାଇବା ପରେ ଆମେରିକାର ‘ଦି ଫେଡେରାଲ୍‌ ଏଭିଏସନ୍‌ ଆଡ୍‌ମିନିଷ୍ଟ୍ରେସନ୍‌’ କହିଛି ଯେ, ତା’ର ପଶ୍ଚିମ ଉପକୂଳ ଅଞ୍ଚଳରେ ଥିବା କେତେକ ବିମାନ ବନ୍ଦରରୁ ବିମାନ ଉଡ଼ାଣ ସ୍ଥଗିତ ରଖିଥିଲା।

ଗତ ସପ୍ତାହର ପରୀକ୍ଷା ‘ହାଇପର୍‌ସୋନିକ୍‌’ ଥିଲା ବୋଲି ଉତ୍ତର କୋରିଆ କହୁଥିବା ବେଳେ ଦକ୍ଷିଣ କୋରିଆ ସେଥିରେ ସନ୍ଦେହ ପ୍ରକାଶ କରିଥିଲା। ଦକ୍ଷିଣ କୋରିଆ ସେନା କହୁଛି କି, ମଙ୍ଗବାର ଦିନ ପରୀକ୍ଷା କରାଯାଇଥିବା କ୍ଷେପଣାସ୍ତ୍ରଟି ହାଇପର୍‌ସୋନିକ୍‌‌ ବେଗରେ ଗତି କରୁଥିବା ବାଲିଷ୍ଟିକ୍‌ ମିସାଇଲ୍‌ ପରି ମନେହେଉଛି।

ସମ୍ବନ୍ଧିତ ଖବର