ବିଶ୍ୱରେ ସର୍ବାଧିକ କରୋନାଭାଇରସ୍ ଆକ୍ରାନ୍ତ ଥିବା ଦେଶ ଆମେରିକା

ୱାସିଂଟନ୍: ଚୀନକୁ ଟପି ଯୁକ୍ତରାଷ୍ଟ୍ର ଆମେରିକା ଏବେ ବିଶ୍ୱର ସର୍ବାଧିକ କରୋନାଭାଇରସ୍ ଆକ୍ରାନ୍ତ ଥିବା ଦେଶରେ ପରିଣତ ହୋଇଛି ।
ଜନ୍ ହପକିନ୍ସ୍ ୟୁନିଭର୍ସିଟିର କରୋନାଭାଇରସ୍ ଟ୍ରାକର୍ କହିବା ଅନୁସାରେ, ଗୁରୁବାର ଶେଷ ସୁଦ୍ଧା ଯୁକ୍ତରାଷ୍ଟ୍ର ଆମେରିକାରେ ୮୩, ୫୦୭ଜଣ ସଂକ୍ରମଣ ହୋଇଥିବା ଜଣାପଡ଼ିଛି । ଏହା ହେଉଛି ଚୀନ ଆକ୍ରାନ୍ତଙ୍କ ଠାରୁ ପ୍ରାୟ ୨୦୦୦ ଅଧିକ । କିନ୍ତୁ, ଇଟାଲି, ସ୍ପେନ୍ ଏବଂ ଚୀନରେ ମୃତ୍ୟୁ ସଂଖ୍ୟା ଅଧିକ ରହିଛି ।

Image Source: Hindustan Times

ବିଶେଷଜ୍ଞ ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀମାନେ କହିଛନ୍ତି ଯେ ଯୁକ୍ତରାଷ୍ଟ୍ର ଆମେରିକାରେ ବହୁ ଲୋକଙ୍କର ସ୍ୱାବ ପରୀକ୍ଷା ଚାଲିଥିବାରୁ ଚୀନ୍ ଭଳି ସେଠାରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିବ । ଏବେ ଆମେରିକାର ଅନ୍ୟାନ୍ୟ ରାଜ୍ୟ ଅପେକ୍ଷା ନ୍ୟୁ ୟର୍କରେ ମୃତ୍ୟୁସଂଖ୍ୟା ଓ ସଂକ୍ରମିତଙ୍କ ସଂଖ୍ୟା ସବୁଠୁ ଅଧିକ ରହିଛି ।

Image Source: BBC

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି ଯେ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ବୃଦ୍ଧି ପାଉଥିବାରୁ ମହାମାରୀର ଏହା ପରବର୍ତ୍ତୀ କେନ୍ଦ୍ରସ୍ଥଳ ପାଲଟି ପାରେ । କାରଣ ବିଶ୍ୱର ଯେ କୌଣସି ଦେଶ ଅପେକ୍ଷା ଏବେ ସେଠାରେ ଅଧିକ କରୋନାଭାଇରସ୍ ସଂକ୍ରମିତ ଥିବା ଜଣାପଡ଼ିଛି ।

ଜନ୍ ହପକିନସ୍ ଟ୍ରାକର୍ ଆକଳନ ଅନୁସାରେ, ଗୁରୁବାର ଶେଷ ସୁଦ୍ଧା ସମଗ୍ର ବିଶ୍ୱରେ ୫୨୯, ୦୦୦ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି ଏବଂ ୨୩, ୯୫୬ଜଣଙ୍କର ମୃତ୍ୟୁ ଘଟିଛି ।

ସମ୍ବନ୍ଧିତ ଖବର