ଆମେରିକା ବାଣିଜ୍ୟ ମନ୍ତ୍ରୀ-ନିର୍ମଳା ଆଲୋଚନା: ଆମେରିକା-ଭାରତ ସମ୍ପର୍କ ମଜଭୁତ ହେବ

ନୂଆଦିଲ୍ଲୀ : ଆମେରିକା ଓ ଭାରତ ନିଜ ଭିତରେ ଥିବା ସମ୍ପର୍କକୁ ଆହୁରି ମଜଭୁତ କରିବା ଦିଗରେ କାର୍ଯ୍ୟ କରିବେ। ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିଥିବା ଆମେରିକାର ବାଣିଜ୍ୟ ମନ୍ତ୍ରୀ ଜାନେଟ୍ ୟାଲେନଙ୍କ ସହ ଆଲୋଚନା କରିବା ପରେ ସେ ଏହା କହିଛନ୍ତି। ନବମ ଭାରତ-ଆମେରିକା ଆର୍ଥିକ ସହଯୋଗିତା କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ବିଶ୍ବ ଅର୍ଥନେଅତିକ ଦୃଶ୍ୟପଟ୍ଟରେ ଦେଖାଦେଇଥିବା ଆହ୍ବାନଗୁଡ଼ିକୁ ମିଳିତ ଭାବେ ମୁକାବିଲା କରିବା ଲାଗି ଆମେରିକା ସହ ମିଶି ଭାରତ କାର୍ଯ୍ୟ କରିବ।

ନିଜ ବକ୍ତବ୍ୟରେ ଶ୍ରୀମତୀ ୟାଲେନ୍ କହିଛନ୍ତି ଯେ ଭାରତ ଓ ଆମେରିକା କେବଳ ଅର୍ଥନୈତିକ ସହଯୋଗିତା ଓ ସ୍ଥିରତା କ୍ଷେତ୍ରରେ ନୁହେଁ ବରଂ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ସମୃଦ୍ଧି ଲାଗି ମିଳିତ ଭାବେ କାର୍ଯ୍ୟ କରିବେ। ଆସନ୍ତା ମାସରୁ ଭାରତ ଜି-୨୦ର ସଭାପତିତ୍ବ ଭାର ଗ୍ରହଣ କରିବାକୁ ଯାଉଥିବାରୁ ଆଗାମୀ ଦିନରେ ଉଭୟ ପକ୍ଷ ମଧ୍ୟରେ ଅନେକ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର