ଆମେରିକା-ଇରାନ ଯୁଦ୍ଧ ଲାଗିଲେ ଭାରତର ଜରୁରୀକାଳୀନ ଭଣ୍ଡାରରେ ଥିବା ତେଲ ମାତ୍ର ୯ ଦିନରେ ଶେଷ ହୋଇଯିବ

ନୂଆଦିଲ୍ଲୀ : ଆମେରିକା ଓ ଇରାନ ମଧ୍ୟରେ ତୀକ୍ତତା ଚରମ ସୀମାରେ ପହଞ୍ଚିଛି । ଉଭୟ ପକ୍ଷ ମଧ୍ୟରେ ଯେକୌଣସି ସମୟରେ ଯୁଦ୍ଧ ଲାଗିପାରେ । ଏପରି ହେଲେ ଭାରତ ପ୍ରଭୃତି ତେଲ ଆମଦାନୀକାରୀ ଦେଶ ସର୍ବାଧିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି । କାରଣ ଭାରତ, ଚୀନ, ଜାପାନ ଓ ଅନ୍ୟାନ୍ୟ ଏସୀୟ ଦେଶକୁ ଇରାନ ଜଳସୀମାରେ ଆସୁଥିବା ଷ୍ଟ୍ରେଟ ଅଫ ହରମୁଜ ଦେଶ ତୈଳ ଆମଦାନୀ କରନ୍ତି । ଭାରତକୁ ଆସୁଥିବା ମୋଟ ତୈଳର ୫୦ ପ୍ରତିଶତରୁ ଅଧିକ ତେଲ ଏହି ଷ୍ଟ୍ରେଟ ଅଫ ହରମୁଜ ଦେଇ ଆସିଥାଏ ।

କିନ୍ତୁ ଆମେରିକା ଯଦି ଇରାନ ଉପରେ ଆକ୍ରମଣ କରେ, ତେବେ ଇରାନ ଏହି ଷ୍ଟ୍ରେଟ ଅଫ ହରମୁଜକୁ ବନ୍ଦ କରିବାର ସମ୍ଭାବନା ରହିଛି । ଏପରି ହେଲେ ଭାରତକୁ ତେଲ ଏହି ବାଟ ଦେଇ ଆସିପାରିବ ନାହିଁ । ଯଦି ଏପରି ସ୍ଥିତି ଉପୁଜେ ତେବେ ଭାରତର ଜରୁରୀକାଳୀନ ତୈଳଭଣ୍ଡାରରେ ଥିବା ତେଲ ମାତ୍ର ସାଢେ ୯ ଦିନରେ ସମାପ୍ତ ହୋଇଯିବ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି । ଭାରତୀୟ ଜରୁରୀକାଳୀନ ତୈଳ ଭଣ୍ଡାରରେ ପ୍ରାୟ ୩୯.୧ ନିୟୁତ ବ୍ୟାରେଲ ତେଲ ରହିଛି । କିନ୍ତୁ ଚୀନର ଜରୁରୀକାଳୀନ ତୈଳ ଭଣ୍ଡାରରେ ପ୍ରାୟ ୫୫୦ ନିୟୁତ ବ୍ୟାରେଲ ଓ ଆମେରିକାର ଜରୁରୀକାଳୀନ ତୈଳ ଭଣ୍ଡାରରେ ପ୍ରାୟ ୬୪୫ ନିୟୁତ ବ୍ୟାରେଲ ତେଲ ରହିଛି ।

ସମ୍ବନ୍ଧିତ ଖବର