ନୂଆଦିଲ୍ଲୀ: ଚରମ ସୀମାରେ ପହଞ୍ଚିଛି ଆମେରିକା-ଇରାନ୍ ମଧ୍ୟରେ ଉତ୍ତେଜନା। ଇରାନ ଆଡ଼କୁ ଗୋଟିଏ ପରେ ଗୋଟିଏ ଯୁଦ୍ଧଜାହାଜ ପଠାଇ ଚାଲିଛି ଆମେରିକା। କୌଣସି ମୂହୁର୍ତ୍ତରେ ବି ନିଆଯାଇପାରେ ଚରମ ନିଷ୍ପତ୍ତି । ସେପଟେ ଯୁଦ୍ଧକୁ ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଦାବି କରିଛି ଇରାନ। ଆଉ ଏହି ବଢ଼ୁଥିବା ସଂଘର୍ଷ ଆରବ ଦେଶ ଗୁଡ଼ିକର ଚିନ୍ତାର କାରଣ ହୋଇଛି। ସେମାନେ ଭୟ କରୁଛନ୍ତି ଯେ ଏହି ଯୁଦ୍ଧ ଶକ୍ତି ଯୋଗାଣକୁ ବାଧା ଦେଇପାରେ, ଯାହା ବିଶ୍ୱ ଅର୍ଥନୀତିକୁ ପ୍ରଭାବିତ କରିବ । ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧକୁ ନେଇ କେବଳ ଆରବ ଦେଶଗୁଡ଼ିକ ପ୍ରଭାବିତ ହେବେ ତା ନୁହେଁ ଏହି ଯୁଦ୍ଧ ଭାରତକୁ ବି ପ୍ରଭାବିତ କରିବ।
ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ଦ୍ୱାରା ଭାରତର ଶକ୍ତି ସୁରକ୍ଷା, ଆଞ୍ଚଳିକ ସ୍ଥିରତା ଓ ଅର୍ଥନୈତିକ ସ୍ୱାର୍ଥ ଉପରେ ଗଭୀର ପ୍ରଭାବ ପଡ଼ିବ। ଏହା ଦ୍ଵାରା ଅଶୋଧିତ ତୈଳ ମୂଲ୍ୟରେ ବି ବଡ଼ ପରିବର୍ତ୍ତନ ଆସିବ, ଏବଂ ଦରଦାମ ବୃଦ୍ଧି ପାଇବ। ଏହା ବ୍ୟତୀତ, ଉପସାଗରୀୟ ଅଞ୍ଚଳରେ କାମ କରୁଥିବା ୮୦ ରୁ ୯୦ ଲକ୍ଷ ଭାରତୀୟଙ୍କ ସୁରକ୍ଷା ବିପଦରେ ପଡ଼ିପାରେ। ଇରାନର ଚାବାହାର ବନ୍ଦରରେ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହୋଇପାରେ।
ଇରାନ ବିଶ୍ୱର ତୈଳ ଉତ୍ପାଦନର ୪-୫% ଅବଦାନ ରଖେ। ଯଦି ସେଠାରେ ବିବାଦ ବୃଦ୍ଧି ପାଏ, ତେବେ ତେଲ ମୂଲ୍ୟ ଆକାଶଛୁଆଁ ହୋଇପାରେ। ଭାରତ ତା’ର ତୈଳ ଆବଶ୍ୟକତାର ଏକ ବଡ଼ ଅଂଶ ଇରାନରୁ ଆମଦାନୀ କରେ, ତେଣୁ ଏହା ଭାରତ ପାଇଁ ଏକ ବଡ଼ ସମସ୍ୟା ହେବ। କେବଳ ଏତିକି ନୁହେଁ, ଭାରତର ରପ୍ତାନି, ଯେପରିକି ବାସୁମତୀ ଚାଉଳ, ଫଳ ଓ ବାଦାମ ଉପରେ ପ୍ରଭାବ ପକାଇପାରେ।
ଭାରତ ରଣନୈତିକ ଓ କୂଟନୈତିକ ସ୍ତରରେ ମଧ୍ୟ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି। ଆମେରିକାର ଚାପ ଚାବାହାର ବନ୍ଦରରେ ଭାରତର ନିବେଶକୁ ପ୍ରଭାବିତ କରିପାରେ, ଯାହା ମଧ୍ୟ ଏସିଆରେ ଭାରତର ପ୍ରବେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଉପସାଗରୀୟ ଅଞ୍ଚଳରେ ଆମେରିକାର ବର୍ଦ୍ଧିତ ସାମରିକ ଉପସ୍ଥିତି ସାଉଦି ଆରବ, ୟୁଏଇ ଓ କତାର ଭଳି ଦେଶରେ କାମ କରୁଥିବା ଭାରତୀୟ ନାଗରିକଙ୍କ ପାଇଁ ବିପଦ ବଢ଼ିପାରେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/01/31/new-project-10-2026-01-31-14-54-50.jpg)