ୱାଶିଂଟନ: ବାଂଲାଦେଶରେ ହିନ୍ଦୁ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଉଥିବା ମଧ୍ୟରେ ଆମେରିକା ଧାର୍ମିକ ସ୍ୱାଧୀନତା ତଥା ମାନବିକ ଅଧିକାର ପ୍ରତି ସମ୍ମାନ ସମ୍ପର୍କରେ ଆହ୍ବାନ କରିଛି। ବାଂଲାଦେଶରେ ସଂଖ୍ୟାଲଘୁ ବିଶେଷ କରି ହିନ୍ଦୁମାନଙ୍କ ଉପରେ ହେଉଥିବା ଆକ୍ରମଣକୁ ନେଇ ଭାରତ ଉଦ୍ବେଗ ପ୍ରକାଶ କରିଛି।
ଆମେରିକାର ବୈଦେଶିକ ବିଭାଗର ଉପମୁଖପାତ୍ର ବେଦାନ୍ତ ପଟେଲ ୱାଶିଂଟନରେ ସାମ୍ବାଦିକମାନଙ୍କ ସହ ଆଲୋଚନା କରିବା ସମୟରେ କହିଛନ୍ତି ଯେ ଆମେ ସ୍ପଷ୍ଟ ଯେ ମୌଳିକ ସ୍ୱାଧୀନତାକୁ ସମ୍ମାନ ଦିଆଯିବା ଆବଶ୍ୟକ। ପଟେଲ କହିଛନ୍ତି,ସରକାର ଆଇନ ଶୃଙ୍ଖଳା ପାଳନ କରିବା ସହ ନାଗରିକଙ୍କ ମାନବିକ ଅଧିକାରର ସୁରକ୍ଷା କରିବା ଆବଶ୍ୟକ।
ସେ କହିଛନ୍ତି, କୌଣସି ପ୍ରକାର ବିରୋଧ ଶାନ୍ତିପୂର୍ଣ୍ଣ ହେବା ଉଚିତ୍। ଏକ ପ୍ରଶ୍ନର ଉତ୍ତରରେ ପଟେଲ କହିଛନ୍ତି, ଆମେ ଜୋର୍ ଦେଉଛୁ ଯେ ଗିରଫ ବ୍ୟକ୍ତିମାନେ ମାନବିକ ଅଧିକାର ଅନୁଯାୟୀ ଉପଯୁକ୍ତ ଆଇନ ସହାୟତା ଏବଂ ଚିକିତ୍ସା ପାଇବା ଉଚିତ୍।
ଏହି ସମୟରେ, ଆମେରିକାର କଂଗ୍ରେସ କର୍ମୀ ବ୍ରାଡ ଶରମାନ ଏକ ବିବୃତିରେ କହିଛନ୍ତି, ହିନ୍ଦୁ ସଂଖ୍ୟାଲଘୁଙ୍କୁ ସୁରକ୍ଷା ଦେବା ତଥା ହଜାର ହଜାର ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ହୋଇଥିବା ଆକ୍ରମଣ ତଥା ନିର୍ଯାତନାର ମୁକାବିଲା କରିବା ପାଇଁ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କର ସମ୍ପୂର୍ଣ୍ଣ ଦାୟିତ୍ବ ରହିଛି।
ଅଧିକ ପଢ଼ନ୍ତୁ: ରାଷ୍ଟ୍ରପତି କେଉଁଠି କେଉଁ କାର୍ଯ୍ୟକ୍ରମରେ ଯୋଗଦେବେ? ସଂକ୍ଷେପରେ ଜାଣନ୍ତୁ
ହିନ୍ଦୁ ଆକ୍ସନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଉତ୍କଳ ଚକ୍ରବର୍ତ୍ତୀ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ହିଂସା ବିରୁଦ୍ଧରେ ରାଷ୍ଟ୍ରପତି ଜୋ ବାଇଡେନ ଏବଂ କମଲା ହାରିସ୍ଙ୍କ ପ୍ରଶାସନ ସମସ୍ତ ପଦକ୍ଷେପ ନେବାକୁ ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି, ବାଂଲାଦେଶରୁ ଆମେ ପାଇଥିବା ପ୍ରତିକ୍ରିୟାକୁ ଆଧାର କରି କୁହାଯାଇପାରେ ଯେ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଦ୍ୱାରା ଗିରଫ ହୋଇଥିବା ସାଧୁ ତଥା ନାଗରିକ ଅଧିକାର କର୍ମୀ ଚିନ୍ମୟ କୃଷ୍ଣ ବ୍ରହ୍ମଚାରୀଙ୍କ ଜୀବନ ପ୍ରତି ବିପଦ ରହିଛି।
ସୂଚନାଯୋଗ୍ୟ,ଅଗଷ୍ଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ କ୍ଷମତାରୁ ବହିଷ୍କାର କରାଯିବା ଏବଂ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଏକ ମଧ୍ୟବର୍ତ୍ତୀକାଳୀନ ସରକାର କ୍ଷମତାକୁ ଆସିବା ପରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇପଡିଛି।
ଅଧିକ ପଢ଼ନ୍ତୁ: ପଞ୍ଜାବର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସୁଖବୀର ସିଂଙ୍କୁ ଗୁଳିମାଡ଼
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2024/12/04/hbEN6NgVNqOf1seK54cU.jpeg)