ନୂଆଦିଲ୍ଲୀ: ଓସାମା ବିନ୍ ଲାଡେନଙ୍କ ହତ୍ୟା ପରେ ଅଲ-କାଏଦାର ନେତୃତ୍ୱ ନେଇଥିବା ଇଜିପ୍ଟର ସର୍ଜନ ଆୟମାନ ଅଲ-ଜାୱାହିରିଙ୍କର ୭୧ବର୍ଷ ବୟସରେ ଆଫଗାନିସ୍ତାନର କାବୁଲରେ ହୋଇଥିବା ଡ୍ରୋନ ଆକ୍ରମଣରେ ମୃତ୍ୟୁ ଘଟିଛି। ଅଲ-କାଏଦାର ମୁଖ୍ୟ ଆୟମାନ ଅଲ-ଜାୱାହିରିଙ୍କ ମୃତ୍ୟୁ ପରେ ଆମେରିକାର ବୈଦେଶିକ ମନ୍ତ୍ରାଳୟ ଏକ ବିଶ୍ୱସ୍ତରୀୟ ସତର୍କ ସୂଚନା ଜାରି କରିଛି।
ଆମେରିକା ଦେଶବାସୀଙ୍କୁ ସତର୍କ କରାଇ କହିଛି ଯେ, ସେପ୍ଟେମ୍ବର ୧୧, ୨୦୦୧ରେ ଆମେରିକାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ମଧ୍ୟରୁ ଜଣେ ଥିଲା ଅଲ-ଜାୱାହିରି। ତା’ର ମୃତ୍ୟୁ ପରେ ଏବେ ଆମେରିକା ଉପରେ ଆକ୍ରମଣ ହେବାର ସମ୍ଭାବନା ରହିଛି। ଅଲ-ଜାୱାହିରିଙ୍କ ମୃତ୍ୟୁ ପରେ ଅଲ-କାଏଦା ସମର୍ଥକ କିମ୍ବା ତାକୁ ସମର୍ଥନ କରୁଥିବା ଅନ୍ୟ ଆତଙ୍କବାଦୀ ସଂଗଠନ ଆମେରିକୀୟ ସେବା, ବ୍ୟକ୍ତିବିଶେଷ କିମ୍ବା ସାଧାରଣ ନାଗରିକଙ୍କୁ ଟାର୍ଗେଟ କରିପାରନ୍ତି। ଆତଙ୍କବାଦୀ ଆକ୍ରମଣ ପ୍ରାୟତଃ ଚେତାବନୀ ବିନା ଘଟେ। ଏକ ଉଚ୍ଚ ସ୍ତରର ତଦାରଖ ବଜାୟ ରଖିବାକୁ ଏବଂ ବିଦେଶ ଯାତ୍ରା କରିବା ସମୟରେ ସେମାନଙ୍କ ଆଖପାଖର ପରିସ୍ଥିତିକୁ ଅନୁଧ୍ୟାନ କରିବାକୁ ଆମେରିକୀୟ ନାଗରିକମାନଙ୍କୁ ନିବେଦନ କରାଯାଉଛି।
ତେବେ ଆମେରିକାରେ ସେପ୍ଟେମ୍ବର ୧୧, ୨୦୦୧ ହୋଇଥିବା ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା ଅଲ ଜାୱାହିରି। ଏହି ଘଟଣା ପରଠାରୁ ଆମେରିକାର ଟାର୍ଗେଟରେ ଥିଲା ଜାୱାହିରି। ଏହାପୂର୍ବରୁ ମଧ୍ୟ ଜାୱାହିରିଙ୍କୁ ହତ୍ୟା କରିଥିବା ନେଇ ଆମେରିକା ଦାବି କରିଥିଲେ ବି ପରେ ଜାୱାହିରି ନିଜେ ଟେପ୍ ଛାଡି ଆମେରିକାର ଦାବିକୁ ଖଣ୍ଡନ କରୁଥିଲା। ହେଲେ ଏବେ ତାଲିବାନ ଜାୱାହିରିର ହତ୍ୟାକୁ ନିଶ୍ଚିତ କରିଥିବାରୁ ଆମେରିକା ଏତେ ବର୍ଷ ପରେ ସଫଳ ହୋଇଥିବା କୁହାଯାଉଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଦେଶକୁ ସମ୍ବୋଧିତ କରି, ଏବେ ନ୍ୟାୟ ମିଳିଥିବା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/ସ-23.jpg)