ୱାସିଂଟନ: ଆମେରିକାର ଯୌନ ଅପରାଧୀ ଜେଫ୍ରି ଏପ୍ଷ୍ଟିନ୍ଙ୍କ ପ୍ରଭାବ କେବଳ ଆମେରିକାର ଶିଳ୍ପପତି, ରାଜନେତା ତଥା ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ସୀମିତ ନଥିଲା। ଭାରତର ଶିଳ୍ପପତି ଓ ଅନ୍ୟ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହିତ ମଧ୍ୟ ତାଙ୍କର ଗଭୀର ସମ୍ପର୍କ ରହିଥିଲା। ଏପ୍ଷ୍ଟିନ୍ଙ୍କ ଏକ ଫାଇଲ୍ର ତାଙ୍କର ଭାରତୀୟ ଶିଳ୍ପପତି ଅନିଲ ଅମ୍ବାନୀଙ୍କ ସହିତ ସମ୍ପର୍କ ଥିବା ଜଣାପଡ଼ିଛି। ଆମେରିକା ନ୍ୟାୟ ବିଭାଗ ଦ୍ବାରା ଜାରି ଏପ୍ଷ୍ଟିନ୍ ଫାଇଲରେ ୨୦୧୭ରୁ ୨୦୧୯ ମସିହା ମଧ୍ୟରେ ଅନିଲ ଅମ୍ବାନୀ ଓ ଏପ୍ଷ୍ଟିନ୍ଙ୍କ ସମ୍ପର୍କ ଥିବା କଥା ଜଣାପଡ଼ିଛି।
ଏକ ଇମେଲ୍ ଅନୁଯାୟୀ, ୯ ମାର୍ଚ୍ଚ ୨୦୧୭ରେ ଅନିଲ ଏପ୍ଷ୍ଟିନ୍ଙ୍କୁ ତାଙ୍କ ପ୍ରସ୍ତାବ ସମ୍ପର୍କରେ ପଚାରିଥିଲେ। ଏପ୍ଷ୍ଟିନ୍ ସେମାନଙ୍କର ସାକ୍ଷାତକୁ ଅଧିକ ମଜାଦାର କରିବାକୁ ଡେଙ୍ଗା, ଗୋରା ସ୍ବିଡେନ୍ ମହିଳାଙ୍କ ପ୍ରସ୍ତାବ ଦେଇଥିଲେ। ଅନିଲ ତାଙ୍କୁ ଏହା ଯୋଗାଡ଼ କରିବାକୁ କହିଥିଲେ। ସେତେବେଳକୁ ଏପ୍ଷ୍ଟିନ୍ ନାବାଳକଙ୍କ ସହିତ ଯୌନ ଅପରାଧ ମାମଲାରେ ଦଣ୍ଡିତ ହୋଇସାରିଥିଲେ।
ତଥ୍ୟ ଅନୁଯାୟୀ ଅନିଲ ଅମ୍ବାନୀ ଓ ଏପ୍ଷ୍ଟିନ୍ ପ୍ୟାରିସ୍ ଓ ନ୍ୟୁୟର୍କରେ ଭେଟିବାକୁ ଯୋଜନା କରିଥିଲେ। ୨୦୧୯ ମେ’ରେ ଅନିଲ ଅମ୍ବାନୀଙ୍କ ନ୍ୟୁୟର୍କ ଗସ୍ତ ସମୟରେ ଏପ୍ଷ୍ଟିନ୍ ତାଙ୍କୁ ତାଙ୍କ ମ୍ୟାନହେଟନ ସ୍ଥିତ ଘରକୁ ନିମନ୍ତ୍ରଣ କରିଥିଲେ। ସେଠାରେ ଦୁଇଜଣ ପରସ୍ପରକୁ ଭେଟିଥିଲେ। ଅନ୍ୟ ଇମେଲରୁ ଅନିଲ ଅମ୍ବାନୀ ଓ ଏପ୍ଷ୍ଟିନ୍ଙ୍କ ମଧ୍ୟରେ ଆନ୍ତର୍ଜାତିକ ଯାତ୍ରା, ବ୍ୟବସାୟିକ ବୈଠକ ତଥା ବିଶ୍ବସ୍ତରୀୟ କାର୍ଯ୍ୟକ୍ରମକୁ ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି। ବିଶ୍ବ ଅର୍ଥନୈତିକ ଫୋରମ୍ ସମ୍ପର୍କରେ ମଧ୍ୟ ଉଲ୍ଲେଖ ରହିଛି। ୨୦୧୯ରେ ଯୌନ ଅପରାଧ ମାମଲାରେ ଏପ୍ଷ୍ଟିନ୍ ପୁଣି ଥରେ ଗିରଫ ହୋଇଥିଲେ।
ଆହୁରି ପଢ଼ନ୍ତୁ: Murder: ସାଙ୍ଗକୁ ହାଣି ଜଙ୍ଗଲକୁ ନେଇଗଲେ; ତାରପୋଲିନ ଗୁଡ଼ାଇ ପଳାଇଲେ
ଏପ୍ଷ୍ଟିନ୍ଙ୍କ ସହିତ କଥାବାର୍ତ୍ତାବେଳେ ଅନିଲ ଅମ୍ବାନୀ ହଲିଉଡ ଅଭିନେତ୍ରୀ ସ୍କାରଲେଟ୍ ଜୋହାନସନ୍ଙ୍କ ନାଁ ତାଙ୍କ ପ୍ରିୟ ଅଭିନେତ୍ରୀ ଭାବେ ନେଇଥିଲେ। ସେତେବେଳେ ରିଲାଏନ୍ସ ଏଣ୍ଟରଟେନ୍ମେଣ୍ଟ ‘ଘୋଷ୍ଟ ଇନ୍ ଦ ସେଲ୍’ ଚଳଚ୍ଚିତ୍ରର ସହ ନିର୍ମାତା ଥିଲା। ଅନିଲଙ୍କ ବ୍ୟତୀତ ଭାରତୀୟ ଫିଲ୍ମ ନିର୍ମାତା ମୀରା ନାୟର, ନିର୍ଦ୍ଦେଶକ ଅନୁରାଗ କଶ୍ୟପ, ଅଭିନେତ୍ରୀ ନନ୍ଦିତା ଦାସ, ୱେଲନେସ୍ ଗୁରୁ ଦୀପକ ଚୋପ୍ରା ମଧ୍ୟ ଏପ୍ଷ୍ଟିନ୍ଙ୍କ ସମ୍ପର୍କରେ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/07/07bbs_51_07022026_112-2026-02-07-21-17-20.jpg)