ଓ୍ବାସିଂଟନ : ଭାରତ ଉପରେ ଶୁଳ୍କ ଲାଗୁ କରିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନିଜ ଦେଶରେ ବିରୋଧର ସମ୍ମୁଖୀନ ହେବାକୁ ପଡ଼ୁଛି। ପୂର୍ବତନ ଆମେରିକା ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ସମେତ ଅନେକ ସାଂସଦ ଓ ଅଧିକାରୀ ଭାରତ ସହିତ ସମ୍ପର୍କକୁ କ୍ଷତି ପହଞ୍ଚାଇବା ପାଇଁ ଟ୍ରମ୍ପଙ୍କୁ ସମାଲୋଚନା କରୁଛନ୍ତି। ଆମେରିକୀୟ କଂଗ୍ରେସ ସଦସ୍ୟ ଡେବୋରା ରସ୍ ଏବଂ ରୋ ଖାନ୍ନାଙ୍କ ନେତୃତ୍ୱରେ ମୋଟ ୨୧ ଜଣ ସାଂସଦ ଟ୍ରମ୍ପଙ୍କୁ ଏକ ଚିଠି ଲେଖିଛନ୍ତି, ଭାରତ ସହିତ ସମ୍ପର୍କକୁ ତୁରନ୍ତ ସୁଧାରିବା ପାଇଁ ଅନୁରୋଧ କରିଛନ୍ତି। ସେମାନେ ଟ୍ରମ୍ପ ପ୍ରଶାସନକୁ ଭାରତ ଉପରେ ବର୍ଦ୍ଧିତ ଶୁଳ୍କ ପ୍ରତ୍ୟାହାର କରିବାକୁ ମଧ୍ୟ ଦାବି କରିଛନ୍ତି।
ବୁଧବାର (୮ ଅକ୍ଟୋବର, ୨୦୨୫) ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ଚିଠିରେ ଏହି ଆମେରିକୀୟ ସାଂସଦମାନେ କହିଛନ୍ତି, "ସମ୍ପ୍ରତି ଶୁଳ୍କ ବୃଦ୍ଧି, ଯାହା ଭାରତୀୟ ସାମଗ୍ରୀ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଛି, ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଭାରତ ସହିତ ସମ୍ପର୍କକୁ ବିଗାଡ଼ି ଦେଇଛି। ଏହା ଉଭୟ ଦେଶ ପାଇଁ ନକାରାତ୍ମକ ପରିଣାମ ଆଣିଛି।" ସମସ୍ତ ୧୯ ଜଣ ସାଂସଦ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ସହଭାଗୀତାର ପୁନରୁଦ୍ଧାର ଏବଂ ଉନ୍ନତ କରିବାକୁ ଆହ୍ୱାନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/10/08/trump-2025-10-08-22-49-06.jpg)