ଆମ ପାଖରେ ଟଙ୍କାର ଅଭାବ ନାହିଁ, ୨ବର୍ଷ ଭିିତରେ ଆମେରିକା ଭଳି ରାସ୍ତା ତିଆରି କରିଦେବୁ: ନିତିନ ଗଡ଼କରୀ

ନୂଆଦିଲ୍ଲୀ: ଆମ ପାଖରେ ଟଙ୍କାର ଅଭାବ ନାହିଁ, ୨ବର୍ଷ ଭିିତରେ ଆମେରିକା ଭଳି ରାସ୍ତା ତିଆରି କରିଦେବୁ। ଗୁରୁବାର ରାଜ୍ୟସଭାରେ ପ୍ରଶ୍ନକାଳ ସମୟରେ ଏଭଳି କହି ସମସ୍ତଙ୍କୁ ଚମକାଇ ଦେଇଥିଲେ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀ। ସେ କହିଛନ୍ତି ଯେ ମାତ୍ର ୨ବର୍ଷ ମଧ୍ୟରେ ଦେଶର ରାସ୍ତା ଆମେରିକା ଭଳି ହେବ। କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଅର୍ଥର ଅଭାବ ନାହିଁ।

କେନ୍ଦ୍ରମନ୍ତ୍ରୀ ଗଡକରୀ ପ୍ରତିଶ୍ରୁତି ଦେଇଛନ୍ତି ଯେ, ୨୦୨୪ସୁଦ୍ଧା ଭାରତର ଭିତ୍ତିଭୂମି ଆମେରିକା ଭଳି ଭଲ ହେବ। ସେ ଦାବି କରିଛନ୍ତି ଯେ ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ (ଏନଏଚଏଆଇ)ପାଖରେ ଅର୍ଥର ଅଭାବ ନାହିଁ ଏବଂ ଆର୍ଥିକ ଦୃଷ୍ଟିରୁ ଭାରତ ବହୁତ ଶକ୍ତିଶାଳୀ। ମୁଁ ପ୍ରତିଶ୍ରୁତି ଦେଉଛି ୨୦୨୪ ପୂର୍ବରୁ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତର ସଡକ ଭିତ୍ତିଭୂମି ଆମେରିକାର ସଡ଼କ ସହ ସମାନ ହେବ।

ନିତିନ ଗଡକରୀ ଆହୁରି କହିଛନ୍ତି ଯେ ଆସନ୍ତା ୩ବର୍ଷ ମଧ୍ୟରେ ଦେଶରେ ୨୬ଟି ଗ୍ରୀନ୍ ଏକ୍ସପ୍ରେସୱେ ନିର୍ମାଣ କରିବାକୁ ସରକାର ଯୋଜନା କରୁଛନ୍ତି। ୨୬ଟି ଗ୍ରୀନ୍ ଏକ୍ସପ୍ରେସୱେ ନିର୍ମାଣ  ହେବା ପରେ ଦିଲ୍ଲୀରୁ ଡେରାଡୁନ୍, ହରିଦ୍ୱାର କିମ୍ବା ଜୟପୁରକୁ ଯାତ୍ରା ମାତ୍ର ଦୁଇ ଘଣ୍ଟା ମଧ୍ୟରେ କରାଯାଇପାରିବ। ଥରେ ଏହି ଏକ୍ସପ୍ରେସୱେ ନିର୍ମାଣ ହୋଇଗଲେ ଲୋକେ ମାତ୍ର ୨.୫ଘଣ୍ଟାରେ ଦିଲ୍ଲୀରୁ ଚଣ୍ଡୀଗଡ, ୪ଘଣ୍ଟା ମଧ୍ୟରେ ଦିଲ୍ଲୀରୁ ଅମୃତସର, ୬ ଘଣ୍ଟା ମଧ୍ୟରେ ଦିଲ୍ଲୀରୁ କଟରା, ୮ଘଣ୍ଟାରେ ଦିଲ୍ଲୀରୁ ଶ୍ରୀନଗର ଏବଂ ୧୨ ଘଣ୍ଟାରେ ଦିଲ୍ଲୀରୁ ମୁମ୍ବାଇରେ ପହଞ୍ଚିପାରିବ। ଏହା ସହିତ ଲୋକେ ଦୁଇ ଘଣ୍ଟାରେ ଚେନ୍ନାଇରୁ ବାହାରି ବେଙ୍ଗାଲୁରୁରେ ପହଞ୍ଚିପାରିବେ।

ସମ୍ବନ୍ଧିତ ଖବର