ନୂଆ ଆଇଏସ୍‌ଆଇଏସ୍‌ ନେତା ଏବଂ ସଙ୍ଗଠନରେ ତାଙ୍କର ଭୂମିକା ବିଷୟରେ ଜାଣିବାକୁ ଉଦ୍ୟମ କରୁଛି ଆମେରିକା

ଓ୍ଵାସିଂଟନ୍‌: ନୂଆ ନେତା ଇସ୍‌ଲାମିକ୍‌ ଷ୍ଟେଟ୍‌ରେ ପୂର୍ବରୁ କ’ଣ ଭୂମିକା ଗ୍ରହଣ କରିଥିଲେ ତାହା ଜାଣିବାକୁ ଯୁକ୍ତରାଷ୍ଟ୍ର ଆମେରିକା ତାଙ୍କ ଉପରେ ଗବେଷଣା କରୁଥିବା କଥା ଶୁକ୍ରବାର ଦିନ ଆମେରିକାର କାଉଣ୍ଟର୍‌-ଟେରରିଜମ୍‌ କୋଅର୍ଡିନେଟର୍‌ ନାଥନ୍‌ ସେଲ୍‌ସ୍‌ କହିଛନ୍ତି।

ସେ କହିଛନ୍ତି: ଆତଙ୍କବାଦୀ ସଂଗଠନରେ ଯେକୌଣସି ସମୟରେ ନେତୃତ୍ୱ ପରିବର୍ତ୍ତନ ହୋଇପାରେ। ବିପଦକୁ ମୁକାବିଲା କରିବାକୁ ଆବଶ୍ୟକ ସଦ୍ୟତମ ସୂଚନା ଆମ ପାଖରେ ଅଛି ବୋଲି ଆମେ ନିଶ୍ଚିତ ହେବାକୁ ଚାହୁଁ।

ଅବୁ ଇବ୍ରାହିମ୍‌ ଅଲ୍‌-ହାଶେମି ନାମକ ଜଣେ ବ୍ୟକ୍ତି ବଗଦାଦିଙ୍କ ଉତ୍ତାଧିକାରୀ ନିଯୁକ୍ତ ହୋଇଥିବା କଥା ଜଣାପଡ଼ିଛି। ଶୁକ୍ରବାର ଦିନ ରାଷ୍ଟ୍ରପତି ଟ୍ରମ୍ପ୍‌ ଟୁଇଟ୍‌ କରିଥିଲେ: ଆଇଏସ୍‌ଆଇଏସ୍‌ ନୂଆ ନେତା ପାଇଛି। ସେ କିଏ ଆମେ ଠିକ୍‌ ଜାଣୁ!

Image Source: NeonNettle

ସେଲ୍‌ସ୍‌ କହିଛନ୍ତି: ଇସ୍‌ଲାମିକ୍‌ ଷ୍ଟେଟ୍‌ ବିରୋଧରେ ଲଢ଼ିବା ଓ୍ଵାସିଂଟନ୍‌ ପାଇଁ ଗୁରୁତ୍ୱପୂର୍ଣ୍ଣ ଜାତୀୟ ନିରାପତ୍ତା ପ୍ରସଙ୍ଗ ହୋଇ ରହିଛି। ନେତା ଯିଏ ହୋଇଥାଉ ନା କାହିଁକି ଆମେ ସେ ସଙ୍ଗଠନକୁ ଛାରଖାର କରିଦେବୁ।

ସମ୍ବନ୍ଧିତ ଖବର