ନୂଆଦିଲ୍ଲୀ: ବେନେଜୁଏଲା ଜାହାଜ ଉପରେ ସାମରିକ ଆକ୍ରମଣ କରିଛି ଆମେରିକା। ଏହି ଆକ୍ରମଣରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରି ଏ ବିଷୟରେ ସୂଚନା ଦେଇଛନ୍ତି।
ତାଙ୍କ ପୋଷ୍ଟ୍ରେ ଟ୍ରମ୍ପ କହିଛନ୍ତି ଯେ ‘‘ଆଜି ସକାଳେ ମୋ ନିର୍ଦ୍ଦେଶରେ, ଆମେରିକୀୟ ସାମରିକ ବାହିନୀ ‘ସାଉଥ୍କମ୍’ ଅଞ୍ଚଳରେ ଟ୍ରେନ୍ ଡି ଆରାଗୁଆ (ଟିଡିଏ) ନାର୍କୋ ଗ୍ୟାଙ୍ଗ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ଟିଡିଏ ହେଉଛି ଏକ ବିଦେଶୀ ଆତଙ୍କବାଦୀ ସଂଗଠନ। ଯାହାକି ନିକୋଲାସ ମାଦୁରୋଙ୍କ ନିୟନ୍ତ୍ରଣରେ କାର୍ଯ୍ୟ କରେ। ଏହା ଉପରେ ଗଣହତ୍ୟା, ଡ୍ରଗ୍ସ ଚାଲାଣ, ମାନବ ଚାଲାଣ ଏବଂ ଆମେରିକା ବିରୋଧରେ ଦାଦାବଟି ଆଦାୟ ଅଭିଯୋଗ ରହିଛି।
ଟ୍ରମ୍ପ କହିଛନ୍ତି ଯେ ଯେତେବେଳେ ଆତଙ୍କବାଦୀମାନେ ଅନ୍ତର୍ଜାତୀୟ ଜଳସୀମାରେ ଡ୍ରଗ୍ସର ଏକ ମାଲ ନେଇ ଆମେରିକା ଅଭିମୁଖେ ଆସୁଥିଲେ ସେତେବେଳେ ଏହି ସାମରିକ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା।
ଏହି ଆକ୍ରମଣରେ ୧୧ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଅପରେସନରେ ଆମେରିକୀୟ ସେନାର କୌଣସି କ୍ଷତି ହୋଇନାହିଁ। ଏହି ବାର୍ତ୍ତାଟି ସେହି ବ୍ୟକ୍ତିଙ୍କ ପାଇଁ ଏକ ଚେତାବନୀ; ଯେଉଁମାନେ ଆମେରିକାକୁ ଡ୍ରଗ୍ସ ଆଣିବାକୁ ଚିନ୍ତା କରୁଛନ୍ତି। ସତର୍କ ରୁହନ୍ତୁ! ଏହି ବିଷୟରେ ଧ୍ୟାନ ଦେବା ପାଇଁ ଆପଣଙ୍କୁ ଧନ୍ୟବାଦ ବୋଲି ଟ୍ରମ୍ପ୍ ଲେଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/09/03/image-2-2025-09-03-12-03-07.jpg)