ରାଷ୍ଟ୍ରପତି ଜୋ ବାଇଡେନଙ୍କ ଶପଥ ଗ୍ରହଣ ସମାରୋହରେ ମୁତୟନ ହୋଇଥିବା ୧୫୦ରୁ ଅଧିକ ସୁରକ୍ଷାକର୍ମୀ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଶପଥ ଗ୍ରହଣ ସମାରୋହରେ ମୁତୟନ ହୋଇଥିବା ୧୫୦ରୁ ଅଧିକ ସୁରକ୍ଷାକର୍ମୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଏହି ସୂଚନା ଶୁକ୍ରବାର ଦିନ ଆମେରିକାର ଜଣେ ଅଧିକାରୀ ଦେଇଛନ୍ତି। ରାଷ୍ଟ୍ରପତି ଭାବରେ ଜୋ ବାଇଡେନ ଶପଥ ଗ୍ରହଣ କରିବା ପୂର୍ବରୁ ଜାନୁଆରି ୬ରେ କ୍ୟାପିଟଲ ହିଲରେ ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକମାନେ ଆନ୍ଦୋଳନ କରିଥିଲେ। ଭଙ୍ଗାରୁଜା ସହ କିଛି ଲୋକଙ୍କ ମୃତ୍ୟୁ ହେବା ପରେ ବାଇଡେନଙ୍କ ପାଇଁ  କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଜାନୁଆରି ୨୦ରେ ବାଇଡେନ ଆମେରିକାର ୪୬ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ। ତେବେ ଏହି ସମୟରେ ମଧ୍ୟରେ ସୁରକ୍ଷା ଦାୟିତ୍ବରେ ଥିବା ୧୫୦ରୁ ଅଧିକ ସୁରକ୍ଷାକର୍ମୀଙ୍କ କରୋନା ରିପୋର୍ଟ ଏବେ ପଜିଟିଭ ଆସିଛି।

Biden is sworn in amid historic challenges: 'This is America's day'
Crain’s Cleveland Business

ତେବେ ହ୍ବାଇଟ ହାଉସ୍ ବାହାରେ ସୁରକ୍ଷା ପାଇଁ ୨୫ହଜାରରୁ ଅଧିକ ସୈନିକ ମୁତୟନ ହୋଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିପ‌ାରେ ବୋଲି ଜଣାପଡ଼ିଛି। ଆମେରିକାରେ ଗତ ଗୁରୁବାର କ୍ରମାଗତ ଦ୍ୱିତୀୟ ଦିନ ପାଇଁ କରୋନା ଭୂତାଣୁ ଯୋଗୁଁ ୪ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା। ନ୍ୟୁଜ୍ ଏଜେନ୍ସି ରଏଟର୍ସର କହିବାନୁସାରେ, ବର୍ତ୍ତମାନ ପର୍ଯ୍ୟନ୍ତ ଆମେରିକାରେ ୪୧୦,୦୦୦ ଲୋକଙ୍କର ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର