ଆଳୁ ପକାଇ ନିହତ ମହିଳାଙ୍କ ହୃତ୍‌ପିଣ୍ଡ ରାନ୍ଧିଲେ ଆମେରିକୀୟ ଆତତାୟୀ: ରିପୋର୍ଟ

ଓ୍ଵାସିଂଟନ୍‌: ଯୁକ୍ତରାଷ୍ଟ୍ର ଆମେରିକାର ଓକ୍‌ଲାହୋମା ପ୍ରଦେଶରେ ତିନୋଟି ନରହତ୍ୟା ମାମଲାରେ ଅଭିଯୁକ୍ତ ଜଣେ ବ୍ୟକ୍ତି ସେ ହତ୍ୟା କରିଥିବା ଜଣେ ମହିଳାଙ୍କ ହୃତ୍‌ପିଣ୍ଡଟିକୁ ପତଳା ପତଳା କରି କାଟି ଆଳୁ ସହ ରାନ୍ଧି ଅନ୍ୟ ଦୁଇଜଣଙ୍କୁ ଖୁଆଇବା ପରେ ସେମାନଙ୍କୁ ହତ୍ୟା କରିଥିବା କଥା ବୁଧବାର ଦିନ ଗଣମାଧ୍ୟମ ରିପୋର୍ଟ କରିଛି।

‘ଓକ୍‌ଲାହୋମା ସିଟି ନିଉଜ୍‌ ଫୋର୍‌-ଟିଭି’ ଏବଂ ‘ଓକ୍‌ଲାହୋମାନ୍‌’ ଖବରକାଗଜ କହିବା ଅନୁସାରେ, ସନ୍ଦିଗ୍ଧ ଲରେନ୍ସ୍‌ ପଲ୍‌ ଆଣ୍ଡର୍‌ସନ୍‌ ଛୁରି ମାରି ହତ୍ୟା କରିଥିବା ଜଣେ ପଡ଼ୋଶିନୀଙ୍କ ଶରୀରରୁ ହୃତ୍‌ପିଣ୍ଡଟିକୁ କାଢ଼ି ଆଣିଥିଲେ।

ଏହାପରେ ସେ ହୃତ୍‌ପିଣ୍ଡଟିକୁ ତାଙ୍କ ଦାଦାଙ୍କ ଘରକୁ ଆଣି ରାନ୍ଧିଥିଲେ। ଉକ୍ତ ବ୍ୟଞ୍ଜନକୁ ସେ ଦାଦା ଓ ଖୁଡ଼ୀଙ୍କୁ ଖୁଆଇବାକୁ ଉଦ୍ୟମ କରିଥିଲେ ବୋଲି ମଙ୍ଗଳବାର ଦିନ ତଦନ୍ତକାରୀମାନେ ‘ଗ୍ରେଡି କାଉଣ୍ଟି କୋର୍ଟ’ଙ୍କୁ କହିଥିବା କୁହାଯାଉଛି।

Image Courtesy of Malay Mail

ସେଠାରେ ସେ ତାଙ୍କ ଦାଦା ଓ ଦାଦାଙ୍କ ଚାରି ବର୍ଷୀୟ ନାତୁଣୀଙ୍କୁ ହତ୍ୟା କରିବା ସହ ଖୁଡ଼ୀଙ୍କୁ ମଧ୍ୟ ସାଙ୍ଘାତିକ ଆହତ କରିଥିଲେ। ଘଟଣାଟି ଫେବ୍ରୁଆରି ୯ ତାରିଖ ଦିନ ଘଟିଥିବା ଜଣାପଡ଼ିଛି।

ଅଦାଲତରେ ଦାଖଲ କରାଯାଇଥିବା ଏକ ତଲାସୀ ପରଓ୍ଵାନାରେ ଜଣେ ଏଜେଣ୍ଟ୍‌ ଲେଖିଛନ୍ତି, ଦାନବମାନଙ୍କୁ ମୁକ୍ତ କରିବା ଲାଗି ସେ ଆଳୁ ପକାଇ ହୃତ୍‌ପିଣ୍ଡଟିକୁ ରାନ୍ଧି ତାଙ୍କ ପରିବାରବର୍ଗଙ୍କୁ ଖୁଆଇଛନ୍ତି।

Image Courtesy of NDTV

ଦୀର୍ଘ ଦିନର ଗିରଫଦାରି ରେକର୍ଡ ଥିବା ଆଣ୍ଡର୍‌ସନ୍‌ ଓକ୍‌ଲାହୋମା ଗଭର୍ଣ୍ଣର୍‌ କେଭିନ୍‌ ଷ୍ଟିଟ୍‌ଙ୍କ ସହ ଏକ ସାଧାରଣ ରାଜିନାମାରେ ଜେଲ୍‌ରୁ ମୁକ୍ତ ହୋଇଥିଲେ।

ମାଦକଦ୍ରବ୍ୟ ମାମଲାରେ ସେ ୨୦୧୭ରେ ୨୦ ବର୍ଷ ନିମନ୍ତେ କାରାଦଣ୍ଡାଦେଶ ପାଇଥିଲେ।

ସେ ନରହତ୍ୟା କରିଥିବା କଥା ମଙ୍ଗଳବାର ଦିନ ଅଦାଲତରେ ସ୍ୱୀକାର କରିଛନ୍ତି।

ସମ୍ବନ୍ଧିତ ଖବର