ନୂଆଦିଲ୍ଲୀ: ନୂଆଦିଲ୍ଲୀର ବିନା ସମ୍ମତିରେ ଆମେରିକୀୟ ନୌସେନା ଚଳିତ ସପ୍ତାହରେ ଲକ୍ଷାଦ୍ୱୀପ ନିକଟବର୍ତ୍ତୀ ଭାରତର ‘ଏକ୍ସକ୍ଲୁସିଭ୍ ଇକୋନୋମିକ୍ ଜୋନ୍’ (ଇଇଜେଡ୍) ଅଞ୍ଚଳରେ ‘ଫ୍ରିଡମ୍ ଅଫ୍ ନେଭିଗେସନ୍ ପାଟ୍ରୋଲ୍’ କରବା ଘଟଣାରେ ଭାରତ ଆଜି ନିଜର ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛି। ଭାରତ ପକ୍ଷରୁ କୁହାଯାଇଛି ଯେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚୀନ୍ର ପତିଆରାକୁ ପରାହତ କରିବା ଲାଗି ଯୁକ୍ତରାଷ୍ଟ୍ର ଆମେରିକା ଭାରତର ସହଯୋଗ ଲୋଡୁଥିବା ବେଳେ ଭାରତର ବିନା ଜ୍ଞାତସାରରେ ‘ଇଇଜେଡ୍’ରେ ଏଭଳି ପାଟ୍ରୋଲ୍ କରିବା ସଂପୂର୍ଣ୍ଣ ଅଯୌକ୍ତିକ। ଭାରତ ମିଳିତ ଜାତିସଂଘର ସମୁଦ୍ର ଆଇନ୍ ସମ୍ମିଳନୀକୁ ଉଦ୍ଧୃତ କରି କହିଛି ଯେ ଉପକୂଳବର୍ତ୍ତୀ ଅଞ୍ଚଳରେ ଅନ୍ୟ ଦେଶମାନେ ମଧ୍ୟ ଅଛନ୍ତି। ଏହାବାଦ, ବିଶେଷ ଭାବରେ ଏକ୍ସକ୍ଲୁସିଭ୍ ଇକୋନୋମିକ୍ ଜୋନ୍ ଅଞ୍ଚଳରେ ସାମରିକ ଅଭ୍ୟାସ କରିବାକୁ ମଧ୍ୟ ଅନୁମତି ନାହିଁ। ଉପକୂଳବର୍ତ୍ତୀ ଦେଶଗୁଡ଼ିକର ସହମତି ବିନା ଅସ୍ତ୍ରଶସ୍ତ୍ର କିମ୍ବା ବିସ୍ଫୋରକ ବ୍ୟବହାର ସହିତ ଜଡିତ ଏ ପ୍ରସଙ୍ଗକୁ ଏପରି କରାଯିବା ଗ୍ରହଣଯୋଗ୍ୟ ନୁହେଁ।
ଜାଣିଶୁଣି ନୂଆଦିଲ୍ଲୀର ସମ୍ମତି ନ ନେଇ ଏ ସପ୍ତାହରେ ଲକ୍ଷାଦ୍ୱୀପ ନିକଟବର୍ତ୍ତୀ ଭାରତର ‘ଏକ୍ସକ୍ଲୁସିଭ୍ ଇକୋନୋମିକ୍ ଜୋନ୍’ରେ (ଇଇଜେଡ୍) ‘ଫ୍ରିଡମ୍ ଅଫ୍ ନେଭିଗେସନ୍ ପାଟ୍ରୋଲ୍ସ୍’ କରିଥିବା କଥା ଆମେରିକୀୟ ନୌସେନା ଘୋଷଣା କରିଥିଲା। ଯୁକ୍ତରାଷ୍ଟ୍ର ଆମେରିକାର ‘୭ମ ଫ୍ଲିଟ୍’ ଏକ ଆନୁଷ୍ଠାନିକ ବିଜ୍ଞପ୍ତିରେ କହିଥିଲା ଯେ, ତା’ର ‘ଆର୍ଲେ ବର୍କେ-କ୍ଲାସ୍ ଗାଇଡେଡ୍ କ୍ଷେପଣାସ୍ତ୍ର ବିନାଶକାରୀ ୟୁଏସ୍ଏସ୍ ଜନ୍ ପଲ୍ ଜୋନ୍ସ୍’ ପୋତ ଭାରତର ସମ୍ମତି ବିନା ଏପ୍ରିଲ୍ ୭ ତାରିଖ ଦିନ ଲକ୍ଷାଦ୍ୱୀପପୁଞ୍ଜ ଅଞ୍ଚଳର ପଶ୍ଚିମ ପଟରେ ପାଟ୍ରୋଲିଙ୍ଗ୍ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/Uss.jpg)