ତାଇଓ୍ବାନ ଉପରେ ଚୀନର ଆକ୍ରମଣ ଆଶଙ୍କା, ଯୁଦ୍ଧ ଜାହାଜ ପଠାଇଲା ଆମେରିକା

ତାଇପେଇ : ଆମେରିକାରେ କ୍ଷମତା ପରିବର୍ତ୍ତନ ଉପରେ ସମଗ୍ର ବିଶ୍ବର ଦୃଷ୍ଟି ରହିଥିବାବେଳେ ଚୀନ ନିଜର କ୍ଷୁଦ୍ର ପଡ଼ୋଶୀ ଦେଶ ତାଇଓ୍ବାନ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛି । ଏହା ଫଳରେ ଆମେରିକା ନୌସେନା ସକ୍ରିୟ ହୋଇଉଠିଛି । ତାଇଓ୍ବାନକୁ ସହାୟତା କରିବାକୁ ଆମେରିକା ନୌସେନାର ଶକ୍ତିଶାଳୀ ଯୁଦ୍ଧପୋତ ୟୁଏସଏସ ଥିଓଡୋର ରୁଜଭେଲ୍ଟ ଦକ୍ଷିଣ ଚୀନ ସାଗରରେ ପ୍ରବେଶ କରିଛି ।

ୟୁଏସ ଇଣ୍ଡୋ-ପାସିଫିକ କମାଣ୍ଡ ପକ୍ଷରୁ କୁହାଯାଇଛି, ‘ସମୁଦ୍ରର ସ୍ବାଧୀନତା ରକ୍ଷା’ ପାଇଁ ଆମେରିକାର ଷ୍ଟ୍ରାଇକ ଗ୍ରୁପ  ୟୁଏସଏସ ଥିଓଡୋର ରୁଜଭେଲ୍ଟ  ଦକ୍ଷିଣଚୀନ ସାଗରରେ ପ୍ରବେଶ କରିଛି । ଆମେରିକାର ଯୁଦ୍ଧପୋତ ସେହିଦିନ ଦକ୍ଷିଣ ଚୀନ ସାଗରରେ ପ୍ରବେଶ କରିଛି, ଯେଉଁଦିନ ଚୀନର କେତେକ ବୋମାବର୍ଷୀ ବିମାନ ତାଇଓ୍ବାନର ବାୟୁସୀମା ଅତିକ୍ରମ କରିଥିଲେ । ଆହୁରି ମଧ୍ୟ ନିକଟରେ ଚୀନ ରାଷ୍ଟ୍ରପତି ସି ଜିନ ପିଙ୍ଗ୍ ଏପରି ଏକ ବିଲରେ ସ୍ବାକ୍ଷର କରିଛନ୍ତି ଯଦ୍ବାରା ଦକ୍ଷିଣ ଚୀନ ସାଗରରେ ପ୍ରବେଶ କରୁଥିବା ଯେକୌଣସି ବିଦେଶୀ ଜାହାଜକୁ  ଧ୍ବଂସ କରିବାକୁ ଚୀନର ନୌସେନାକୁ କ୍ଷମତା ମିଳିଯାଇଛି । ଏ ପରିପ୍ରେକ୍ଷୀରେ ଆମେରିକାର ନୌସେନାର ଯୁଦ୍ଧଜାହାଜ ଆସିବା ଚୀନକୁ ଏକ ଖୋଲା ଚ୍ୟାଲେଞ୍ଜ ସଦୃଶ ହୋଇଛି ।

ସମ୍ବନ୍ଧିତ ଖବର