ୱାସିଂଟନ୍‌: ଆମେରିକା ନୌସେନାର ଏଫ୍‌-୩୫ ଯୁଦ୍ଧ ବିମାନ ଆଜି ଲିମୋର୍‌ ନୌସେନା ଘାଟି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡ଼ିଛି।  କେନ୍ଦ୍ରୀୟ କାଲିଫର୍ଣ୍ଣିଆର ଫେସ୍‌ନୋ ସହରଠାରୁ ୬୪ କିମି ଦକ୍ଷିଣ ପଶ୍ଚିମରେ ଏହି ବାୟୁସେନା ଘାଟି ଅବସ୍ଥିତ।  ତେବେ ଦୁର୍ଘଟଣାରୁ ପାଇଲଟ୍‌ ବର୍ତ୍ତି ଯାଇଛନ୍ତି। ପଞ୍ଚମ ପିଢ଼ିର ଏହି ଅତ୍ୟାଧୁନିକ ଯୁଦ୍ଧ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ  ଜଳିଯିବା ପୂର୍ବରୁ ପାଇଲଟ୍‌ ସଫଳ ଭାବେ ଏଥିରୁ ବାହାରି ଆସିଥିଲେ। ପାଇଲଟ୍‌ ଏବେ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି।

Advertisment

କେଉଁ କାରଣ ପାଇଁ ଏହି ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହେଲା ସେନେଇ ତଦନ୍ତ ଜାରି ରହିଛି। ତେବେ ଆମେରିକାର ଲି ମୋର ନୌସେନା ଘାଟି ପକ୍ଷରୁ  ଏକ ବିବୃତି ଜାରି କରି କୁହାଯାଇଛି ଯେ ଏଫ୍‌-୩୫ ଦୁର୍ଘଟଣା ହେବା ସଂକ୍ରାନ୍ତରେ ଆମେ ଅବଗତ ଅଛୁ।  ଆବଶ୍ୟକ ସ୍ଥଳେ ଆମେ ଆମେରିକା ନୌସେନାକୁ ସହଯୋଗ କରିବାପାଇଁ ପ୍ରସ୍ତୁତ ରହିଛୁ।