ଭୂମିତଳେ ଥିବା ପରମାଣୁ କେନ୍ଦ୍ର ଗୁଡ଼ିକୁ ଧ୍ବଂସ କରିପାରିବ ଆମେରିକାର ଏହି ଶକ୍ତିଶାଳୀ ବୋମା

ଦୁବାଇ : ପରମାଣୁ କାର୍ଯ୍ୟକ୍ରମକୁ ନେଇ ଇରାନ ସହ ଉତ୍ତେଜନା ବଢ଼ୁଥିବା ବେଳେ ଆମେରିକା ସେନା ଚଳିତ ମାସରେ ପୃଥିବୀର ଗଭୀର ଭିତରକୁ ଯାଇ ଭୂତଳ ୟୁରେନିୟମ ଏନରିଚମେଣ୍ଟ ସେଣ୍ଟରଗୁଡ଼ିକୁ ଧ୍ୱଂସ କରିବା ପାଇଁ ପ୍ରସ୍ତୁତ ଏକ ଶକ୍ତିଶାଳୀ ବୋମାର ଫଟୋ ଜାରି କରିଛି । ମେ ୨ ତାରିଖରେ ଆମେରିକା ବାୟୁସେନା ଏହି ଅସ୍ତ୍ର ଜିବିୟୁ-୫୭ର ବିରଳ ଫଟୋ ଜାରି କରିଥିଲା, ଯାହାକୁ ‘ମ୍ୟାସିଭ୍ ଅର୍ଡିନାନ୍ସ ପେନେଟ୍ରେଟର୍ସ’ ବୋଲି କୁହାଯାଏ। କିନ୍ତୁ ପରେ ସେ ଫଟୋଗୁଡ଼ିକୁ ଡିଲିଟ୍ କରିଦିଆଯାଇଥିଲା । ସମ୍ଭବତଃ ଫଟୋରେ ଅସ୍ତ୍ରର ଗଠନ ଏବଂ ଆକ୍ରମଣ କ୍ଷମତା ବିଷୟରେ ସମ୍ବେଦନଶୀଳ ସୂଚନା ଥିବାରୁ ଏହା କରାଯାଇଥିଲା।

ଇରାନ ପକ୍ଷରୁ ଭୂମିତଳେ ଏକ ବୃହତ ଆଣବିକ କେନ୍ଦ୍ର ନିର୍ମାଣ ଚାଲିଥିବା ଖବର ଆସିବା ପରେ ଆମେରିକା ଏହି ଅସ୍ତ୍ରର ଫଟୋ ଜାରି କରିଛି । ୨୦୦୦ ଦଶକରେ ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ଚିନ୍ତା ବଢ଼ୁଥିବା ବେଳେ ଆମେରିକା ମାସିଭ୍ ଅର୍ଡିନାନ୍ସ ପେନେଟ୍ରେଟର ବିକଶିତ କରିଥିଲା।

ମିସୁରୀସ୍ଥିତ ହ୍ବାଇଟମ୍ୟାନ ଏୟାରଫୋର୍ସ ବେସ୍ ର ଫେସବୁକ୍ ପେଜ୍ ରେ ବାୟୁସେନା ଏହି ବୋମାର ଫଟୋ ପୋଷ୍ଟ କରିଥିଲା । ଏହି ଘାଟିରେ ବି-୨ ବୋମାବର୍ଷକ ମୁତୟନ କରାଯାଇଛି। ବି-୨ ହେଉଛି ଏକମାତ୍ର ବିମାନ ଯିଏ କି ଏହି ବୋମା କୁ ନିକ୍ଷେପ କରିପାରିବ । ଫଟୋ ସହ ବେସ୍ କହିଛି ଯେ ସେଠାରେ ଏକ ସ୍କ୍ୱାଡ୍ରନ୍ ସେମାନଙ୍କ ପ୍ରଦର୍ଶନ ପରୀକ୍ଷା କରିବା ପାଇଁ ଦୁଇଟି ‘ମାସିଭ୍ ଅର୍ଡିନାନ୍ସ ପେନେଟ୍ରେଟର ବୋମା’ ପାଇଥିଲା। ତେବେ କାହିଁକି ଏହି ଅସ୍ତ୍ରଶସ୍ତ୍ରର ଫଟୋ ପୋଷ୍ଟ କରି ଏହାକୁ ହଟାଇ ଦିଆଯାଇଛି ବୋଲି ପଚରାଯିବାରୁ ବାୟୁସେନା କୌଣସି ଉତ୍ତର ଦେଇନଥିଲା।

 

 

ସମ୍ବନ୍ଧିତ ଖବର