ନୂଆଦିଲ୍ଲୀ: ଆମେରିକାରେ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ମିଳିବା ପରଠାରୁ ବିବାଦରେ ରହିଛି ଫାଇଜର ଟିକା। ପ୍ରତିଦିନ ଟିକା ନେଇ ଅସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏବେ ଆମେରିକାର ଜଣେ ନର୍ସ ଫାଇଜର ଟିକା ନେବା ପରେ ଅଚେତ ହୋଇଯାଇଥିବା ଦେଖାଯାଇଛି। ଯାହାର ଲାଇଭ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଟିକା ନେବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ନିଜର ପ୍ରତିକ୍ରିୟା ରଖୁଥିବା ବେଳେ ସେ ଅଚେତ ହୋଇଯାଇଥବା ଜଣା ପଡ଼ିଛି।
ସୂଚନା ମୁତାବକ, ନର୍ସଜଣଙ୍କ ଟେନେସିର ଚାଟାନୋଗା ଡାକ୍ତରଖାନାରେ କାମ କରନ୍ତି। କୋଭିଡ ୟୁନିଟରେ ସେ ଅନ୍ୟ ଡାକ୍ତର ଏବଂ ନର୍ସଙ୍କ ସହ କରୋନା ଟିକା ନେବା ପରେ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ। ଟିକା ନେଇ ସେ ଖୁସିଥିବା କହିବା ପରେ ତାଙ୍କ ମୁଣ୍ଡ ବୁଲାଉଛି ବୋଲି କହିଥିଲେ। ଭିଡିଓରେ ଦେଖାଯାଇଛି ଯେ, ସେ ମୁଣ୍ଡ ବୁଲାଉଛି ବୋଲି କହି ପଛକୁ ଯିବା ପରେ ଅଚେତ ହୋଇପଡ଼ୁଛନ୍ତି। ଏହା ପରେ ଅନ୍ୟ ଡାକ୍ତର ଏବଂ ନର୍ସ ଆସି ତାଙ୍କୁ ତଳେ ଶୁଆଇଦେବା ସହ ଚେତା ଫେରାଇ ଆଣିବାକୁ ଚେଷ୍ଟା କରୁଛନ୍ତି।
Today a Tennessee nurse #TiffanyDover passed out on "live" TV after taking the #COVID19Vaccine. Yesterday two healthcare workers who got the vaxx were hospitalized. This is only Week #1. These are the cases that we should be getting alerts about. #brandyvaughanpic.twitter.com/iKVeGaGRi2
— Jeff Lorenzo (@jbellamar) December 18, 2020
ମିଳିଥିବା ଖବର ମୁତାବକ, ନର୍ସଜଣଙ୍କ ଏବେ ସୁସ୍ଥ ଅଛନ୍ତି। କୌଣସି ପ୍ରକାରର ଯନ୍ତ୍ରଣା ହେଲେ ସେ ଅଚେତ ହୋଇଯିବାର ସମସ୍ୟା ଥିବାରୁ ଏଭଳି ହୋଇଥିବା କହିବା ସହ ତାଙ୍କ ହାତରେ ଯନ୍ତ୍ରଣା ହେବାରୁ ସେ ଅଚେତ ହୋଇଯାଇଥିବା କହିଛନ୍ତି। ଏହା ସହ ସଂପୂର୍ଣ୍ଣ ସୁସ୍ଥ ଥିବା କହିଛନ୍ତି।