ଆଇଏସ୍‌ ଖବରଦାତାଙ୍କୁ ଆମେରିକା ପକ୍ଷରୁ ୨୫ ନିୟୁତ ଡଲାର ପୁରସ୍କାର ପ୍ରଦାନ କରାଯିବ

ୱାସିଂଟନ୍‌ : ଇସ୍‌ଲାମିକ୍‌ ଷ୍ଟେଟ୍‌ ଆତଙ୍କବାଦୀ ସଂଗଠନର ମୁଖିଆ ବଗ୍‌ଦାଦି ସଂପର୍କରେ ସୂଚନା ଦେଇଥିବା ଆଇଏସ ଖବରଦାତାଙ୍କୁ ଆମେରିକା ପକ୍ଷରୁ ୨04୫ ନିୟୁତ ଡଲାର ପୁରସ୍କାର ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଆମେରିକା ସେନା ବଗ୍‌ଦାଦିର ଜଣେ ନିକଟତମ ସଦସ୍ୟଠାରୁ ସମସ୍ତ ତଥ୍ୟ ହାସଲ କରିବା ପରେ ବଗ୍‌ଦାଦିକୁ ନିପାତ କରିବାକୁ ସମର୍ଥ ହୋଇଥିଲା। ସିରିଆର ଇଦ୍‌ଲିବ ରାଜ୍ୟରେ ବଗ୍‌ଦାଦି ନିଜର ଗୁପ୍ତ ସୁଡ଼ଙ୍ଗ ମଧ୍ୟରେ ରହୁଥିଲା। ଏହି ଗୁପ୍ତ ଖବରଦାତା ବଗଦାଦି ରହୁଥିବା ଘରର ନକ୍ସା, ଅବସ୍ଥିତି ଏବଂ ଘର ଭିତରର ଲେ ଆଉଟ୍‌ ପ୍ଲାନ୍‌ ସମ୍ପର୍କରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଆମେରିକା ସେନାକୁ ପ୍ରଦାନ କରିଥିଲା। ଏସବୁ ତଥ୍ୟ ହାସଲ କରିବା ପରେ ଆମେରିକା ସେନା ଗତ ୨୬ ତାରିଖରେ ସିରିଆର ଇଦ୍‌ଲିବ ପ୍ରଦେଶରେ ବଗ୍‌ଦାଦି ରହୁଥିବା ଘର ଉପରେ ଚଢ଼ଉ କରିଥିଲା ଏବଂ ତାକୁ ନିପାତ କରିବାରେ ସଫଳ ହୋଇଥିଲା। ଏହି ଗୁପ୍ତ ଖବରଦାତା ସୁନ୍ନି ସମ୍ପ୍ରଦାୟର ବୋଲି ଜଣେ ଆମେରିକୀୟ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର