ତାଇଓ୍ବାନ୍ ପ୍ରତି ଆମେରିକାର ଖୋଲା ସମର୍ଥନ, ଚୀନ୍‌ ଉଡ଼ାଇଲା ଯୁଦ୍ଧ ବିମାନ

ତାଇପେଇ(ତାଇଵାନ): ଵାସିଂଟନ ଓ ବେଜିଂ ମଧ୍ୟରେ ସମ୍ପର୍କ ତିକ୍ତ ହୋଇ ଚାଲିଥିବା ବେଳେ ଚୀନ୍‌ ନିଜର ବୋଲି ଦାବି କରୁଥିବା ତାଇଵାନ୍‌କୁ ଟ୍ରମ୍ପ ପ୍ରଶାସନ ଖୋଲାଖୋଲି ସମର୍ଥନ କରିବା ସହ ସାମରିକ ସାମଗ୍ରୀ ଯୋଗାଣ ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି। ଏ ପରିପ୍ରେକ୍ଷୀରେ ଚୀନୀ କର୍ତ୍ତୃପକ୍ଷ ତାଇଵାନ୍‌ ସୀମାରେ ପଶି ନିଜର ଦୁଇଟି ଯୁଦ୍ଧ ବିମାନ ଉଡ଼ାଇ ଆମେରିକାର ପ୍ରୋତ୍ସାହନକୁ ଚ୍ୟାଲେଞ୍ଜ୍ କରିବା ସହ ତାଇଵାନକୁ ପୁଣି ନିଜର ବୋଲି ପୁରୁଣା ଦାବିକୁ ପରୋକ୍ଷରେ ଦୋହରାଇବାକୁ ଚେଷ୍ଟା କରିଛି।

ସୂଚନାନୁଯାୟୀ, ୧୯୭୯ ପରଠାରୁ ବେଜିଂ ସପକ୍ଷରେ ଯାଇ ଆମେରିକା ତାଇପେଇ ସହ ସମସ୍ତ ସମ୍ପର୍କ ଛିନ୍ନ କରିଦେଇଥିଲା। ତେବେ ସାମ୍ପ୍ରତିକ ସ୍ଥିତିରେ ଚୀନ୍‌ ପ୍ରତି ରକ୍ତଚାଉଳ ଚୋବାଉଥିବା ଟ୍ରମ୍ପ୍‌ ପ୍ରଶାସନ ତାଇଵାନକୁ ନିଜର ସମର୍ଥନ ଜଣାଇଛି। ଏପରିକି ଏହା ଜଣାଇବା ଲାଗି ଆମେରିକାର ସ୍ବାସ୍ଥ୍ୟ ବିଭାଗ ମୁଖ୍ୟ ଆଲେକ୍ସ ଆଝାର ରବିବାର ତାଇଵାନ ଗସ୍ତ କରିଥିଲେ । ଅପରପକ୍ଷେ, ପୂର୍ବରୁ ଆଝାରଙ୍କ ଗସ୍ତକୁ ବିରୋଧ କରୁଥିବା ଚୀନ୍‌ ଏହାର ପ୍ରତିବାଦ ଉଦ୍ଦେଶ୍ୟରେ ସକାଳ ୯ଟାରେ ତାଇଵାନ୍‌ ସୀମାନ୍ତରେ ଜେ-୧୧ ଓ ଜେ-୧୦ ଯୁଦ୍ଧବିମାନର ଉଡ଼ାଣ କରିଥିଲା। ତେବେ ତାଇ​ଵାନର ବିମାନ ବିରୋଧୀ କ୍ଷେପଣାସ୍ତ୍ର ପ୍ରଣାଳୀ ଦ୍ବାରା ଏହା ଠାବ ହେବା ପରେ ଆକାଶମାର୍ଗରେ ପାଟ୍ରୋଲିଂ କରୁଥିବା ତାଇଵାନ ବିମାନଗୁଡ଼ିକ ଏହି ଚୀନୀ ଯୁଦ୍ଧବିମାନ ଦ୍ବୟକୁ ଘଉଡ଼ାଇ ଦେଇଥିଲେ ବୋଲି ତାଇଵାନ ବାୟୁସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି।

ସମ୍ବନ୍ଧିତ ଖବର