ନୂଆଦିଲ୍ଲୀ : ଆମେରିକା ନୌସେନା ପକ୍ଷରୁ ଭାରତର ସ୍ବତନ୍ତ୍ର ଅର୍ଥନୈତିକ ଜୋନ୍ ଅଂଚଳରେ ବିନା ଅନୁମତିରେ ଅପସରେନ କରିବା ମାମଲା ଏବେ ସାମ୍ନାକୁ ଆସିଛି। ଏହାକୁ ନେଇ ଦୁଇ ଦେଶ ମଧ୍ୟରେ କୂଟନୈତିକ ବିବାଦ ବଢ଼ିବା ଆଶଙ୍କା କରାଯାଉଛି। ଆମେରିକା ଭାରତୀୟ ଜଳରାଶିରେ କରିଥିବା ଅପରେସନକୁ ସ୍ବୀକାର କରିଛି। ‘ଫ୍ରିଡମ୍ ଅଫ୍ ନାଭିଗେସନ ଅପସେରସନ’ କାର୍ଯ୍ୟକ୍ରମ ଅଧୀନରେ ଏହା କରାଯାଇଥିବା ଆମେରିକା କହିଛି। ଲାକ୍ଷାଦ୍ବୀପଠାରୁ ୧୩୦ ନଟିକାଲ ମାଇଲ୍ ଦୂର ପଶ୍ଚିମରେ ହୋଇଥିବା ଏହି ଅପରେସନରେ ଆମେରିକାର ସବୁଠାରୁ ବଡ଼ ନୌପୋତ ସାମିଲ ହୋଇଥିଲା। ତେବେ ଏଥିପାଇଁ ଆମେରିକା ଭାରତର ଅନୁମତି ହାସଲ କରିନଥିଲା। ଭାରତର ସ୍ବତନ୍ତ୍ର ଆର୍ଥିକ ଜୋନ୍ର ୨୦୦ ନଟିକାଲ ମାଇଲ୍ ଅର୍ଥାତ ୩୭୦ କିମି ଦୂର ଅଂଚଳ ଭିତରେ ଯଦି ଏଭଳି କୌଣସି କାର୍ଯ୍ୟକ୍ରମ ହୁଏ ତା’ହେଲେ ଅନୁମୋଦନ ନେବା ଅତି ଜରୁରୀ। କିନ୍ତୁ ଆମେରିକା ଏହାକୁ ଉଲ୍ଲଂଘନ କରିଥିବାରୁ ଭାରତ ଏହାର ଦୃଢ଼ ପ୍ରତିବାଦ କରିଛି।
ଜାତିସଂଘର ଅନ୍ତର୍ଜାତୀୟ ଜଳରାଶି ସଂକ୍ରାନ୍ତ ନିୟମ ଆଧାରରେ ଜବାବ ରଖିବାକୁ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଆମେରିକାକୁ କୁହାଯାଇଛି। ପୂର୍ବ ନୌସେନା ମୁଖ୍ୟ ଏଡ୍ମିରାଲ ଅରୁଣ ପ୍ରକାଶ ମଧ୍ୟ ଏହାର ବିରୋଧ କରି ଆମେରିକାର ପଦକ୍ଷେପକୁ ସମାଲୋଚନା କରିଛନ୍ତି। ଅନ୍ୟପକ୍ଷରେ ଆମେରିକା କହିଛି ଯେ ଏଭଳି ନାଭିଗେସନ ଅପେରସନ ଅନ୍ତର୍ଜାତୀୟ ନୀତି ନିୟମ ଆଧାରରେ ହୋଇଛି ଏବଂ ବିବାଦୀୟ ଦକ୍ଷିଣ ଚୀନ୍ ସାଗରରେ ମଧ୍ୟ ଆମେରିକା ଏଭଳି ଅପରେସନ କରିଆସୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/us-navy.jpg)