ୱାସିଂଟନ: ଯଦି ୟୁକ୍ରେନ୍ ଯୁଦ୍ଧ ପାଇଁ ଚୀନ୍ ରୁଷ୍‌କୁ ସାମରିକ ସହାୟତା ଯୋଗାଏ ତେବେ ତା’ ଉପରେ କଟକଣା ଲଗାଇବା ପାଇଁ ଆମେରିକା ବନ୍ଧୁ ରାଷ୍ଟ୍ରଗୁଡ଼ିକ ସହ ବିଚାରବିମର୍ଶ ଆରମ୍ଭ କରିଛି।
ମାତ୍ର ୱାସିଂଟନ ଚୀନ୍ ଉପରେ କି ଧରଣର କଟକଣା ଲଗାଇବାକୁ ଚିନ୍ତା କରୁଛି ତାହା ସ୍ପଷ୍ଟ ହୋଇ ନାହିଁ। ଏ ସମ୍ପର୍କରେ ଏଯାବତ୍ ଯାହାକିଛି ଆଲୋଚନା ହୋଇଛି ତାହା ପ୍ରାରମ୍ଭିକ ସ୍ତରରେ ଥିବାରୁ ବାହାରକୁ ପ୍ରକାଶ କରାଯାଇ ନାହିଁ। ଆମେରିକା ଏ ନେଇ ଜି୭ ରାଷ୍ଟ୍ର ସମେତ ସମସ୍ତ ବନ୍ଧୁ ରାଷ୍ଟ୍ର ପକ୍ଷରୁ ସମର୍ଥନ ଯୋଗାଡ଼ କରିବାରେ ଲାଗିଛି।

Advertisment

ନିକଟରେ ଆମେରିକା ଓ କେତେକ ବନ୍ଧୁରାଷ୍ଟ୍ର ଅଭିଯୋଗ କରିଥିଲେ ଯେ, ରୁଷ୍‌କୁ ଅସ୍ତ୍ରଶସ୍ତ୍ର ଯୋଗାଇବା ପାଇଁ ଚୀନ୍ ଚିନ୍ତା କରୁଛି। କିନ୍ତୁ ବେଜିଂ ପକ୍ଷରୁ ଏ ଅଭିଯୋଗକୁ ଅସ୍ବୀକାର କରାଯାଇଥିଲା। ଆମେରିକା ଏ ନେଇ ଚୀନ୍‌କୁ ଚେତାବନୀ ଦେଇଛି। ରୁଷ୍‌କୁ ସାମରିକ ସହାୟତା କଲେ କଟକଣା ଲଗାଇବାକୁ ଆମେରିକା ଧମକ ଦେଇଛି।