ନକଲି ବନ୍ଧୁକକୁ ସତ ଭାବି ୧୭ ବର୍ଷୀୟ ଝିଅକୁ ଗୁଳି କରି ହତ୍ୟା କଲେ ଆମେରିକୀୟ ପୁଲିସ ଅଧିକାରୀ

ଲସ୍‌ ଏଞ୍ଜେଲେସ୍‌: ଗତ ସପ୍ତାହରେ କାଲିଫର୍ଣ୍ଣିଆର ଜଣେ ପୁଲିସ ଅଧିକାରୀ ହତ୍ୟା କରଥିବା ୧୭ ବର୍ଷୀୟ ଝିଅଟି ତାଙ୍କ ଆଡ଼କୁ ନକଲି ବନ୍ଧୁକ ଦେଖାଇଥିଲା ବୋଲି ଶୁକ୍ରବାର ଦିନ ରିଲିଜ୍‌ ହୋଇଥିବା ଭିଡିଓ ଫୁଟେଜ୍‌ରେ ଦେଖାଯାଉଛି।

ମୃତ ନାବାଳିକାଙ୍କ ପରିବାର ଲୋକଙ୍କ ପ୍ରଶ୍ନ ପରେ ଫୁଲର୍‌ଟନ୍‌ ପୁଲିସ ବିଭାଗ ରିଲିଜ୍‌ କରିଥିବା ଗ୍ରାଫିକ୍‌ ଭିଡିଓରେ ଦେଖାଯାଉଛି: ଜୁଲାଇ ୫ ତାରିଖ ଦିନ ଗୁଳି ଚୋଟ ଖାଇ ହାନ୍ନା ଓ୍ଵିଲିୟମ୍‌ସ୍‌ ତଳେ ଲୋଟିପଡୁଛନ୍ତି ଏବଂ ସହାୟତା ପାଇଁ ନିବେଦନ କରୁଛନ୍ତି। ତା’ ପାଖରେ ନକଲି ବନ୍ଧୁକଟି ପଡ଼ି ରହିଛି।

ଗୁଳି ଚଳାଯିବାର ପ୍ରାୟ ୯୦ ମିନିଟ୍‌ ପରେ ଝିଅ ନିଖୋଜ ହୋଇ ଯାଇଥିବା କଥା ସେ ତରୁଣୀର ବାପା ବେନ୍‌ସନ୍‌ ଓ୍ଵିଲିୟମ୍‌ସ୍‌ କରି ଥିବା ଏମରର୍ଜେନ୍‌ସି କଲ୍‌ର ଅଡିଓ ମଧ୍ୟ ଶୁକ୍ରବାର ଦିନ ପୁଲିସ ରିଲିଜ୍‌ କରିଛି।

କାନ୍ଦ କାନ୍ଦ ହୋଇ ଓ୍ଵିଲିୟମ୍‌ସ୍‌ କହୁଛନ୍ତି ଯେ ବିଷାଦନିବାରକ ଔଷଧ ଖାଉଥିବା ତାଙ୍କ ଝିଅ ନିଜର କିଛି କ୍ଷତି କରି ଦେଇ ପାରେ।

ଫ୍ରିେଓ୍ଵରେ ଅତି ଦ୍ରୁତ ବେଗରେ ଝିଅଟି ଗାଡ଼ି ଚଳାଇ ଯାଉଥିବା କଥା ନିଜର କେ-୯ କୁକୁରକୁ ପଶୁଡାକ୍ତରଙ୍କ ପାଖକୁ ନେଇ ଯାଉଥିବା ସମ୍ପୃକ୍ତ ପୁଲିସ ଅଫିସର୍‌ ଦେଖିବା ପରେ ଏନ୍‌କାଉଣ୍ଟର୍‌ର ସୂତ୍ରପାତ ହୋଇଥିଲା।

Image Source: The Guardian

ତରୁଣୀକୁ ଅଟକାଇବାକୁ ସେ ତା’ ପଛେ ପଛେ ଗାଡ଼ି ଛୁଟାଇ ଦେଇଥିଲେ, କିନ୍ତୁ କିଛି ବାଟ ପରେ ସେ ହଠାତ୍‌ ୟୁ-ଟର୍ଣ୍ଣ କରି ପଛରେ ଆସୁଥିବା ଯାନବାହନ ମଧ୍ୟକୁ ପଶିଆସିଥିଲେ ଏବଂ ଅଟକି ଯାଇଥିଲେ।

ତା’ପରେ କାର୍‌ରୁ ଓହ୍ଲାଇ ଅଫିସର୍‌ ଓ୍ଵିଲିୟମ୍‌ଙ୍କ ଭ୍ୟାନ୍‌ ଚାରିପଟେ ଘେରାଏ ବୁଲିଥିଲେ।  ଏଥର ଅଫିସର୍‌ ତରୁଣୀ ଓ୍ଵିଲିୟମ୍‌ଙ୍କ ଆଡ଼କୁ ଯିବାରୁ ସେ ତାଙ୍କ ଆଡ଼କୁ ବନ୍ଧୁକ ଦେଖାଇଥିଲେ। ତା’ପରେ ଅଫିସର ଗୁଳି ଚଳାଇଥିଲେ ଓ ତରୁଣୀ ପଡ଼ି ଯାଇଥିଲେ।

ଏ ସଂକ୍ରାନ୍ତରେ ନିରପେକ୍ଷ ତଥା ସ୍ୱତନ୍ତ୍ର ତଦନ୍ତ ପାଇଁ ଝିଅର ପରିବାର ସରକାରୀ କର୍ତ୍ତୃପକ୍ଷଙ୍କୁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର