ଓ୍ଵାସିଂଟନ୍: କରୋନାଭାଇରସ୍ ସଂକ୍ରମଣ ଆଶଙ୍କାରେ ଆସନ୍ତା ମାସରେ ଆୟୋଜନ ହେବାକୁ ଥିବା ଆଞ୍ଚଳିକ ‘ଏସିଆନ୍’ ଶିଖର ବୈଠକକୁ ଯୁକ୍ତରାଷ୍ଟ୍ର ଆମେରିକା ସ୍ଥଗିତ କରିଛି। ଶୁକ୍ରବାର ଦିନ ଏ ସଂକ୍ରାନ୍ତରେ ଆମେରିକାର ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ସୂଚନା ଦେଇଛନ୍ତି।
ନିଜର ନାମ ଗୋପନ ରଖିବାକୁ ଅନୁରୋଧ କରି ଉକ୍ତ ଅଧିକାରୀଜଣକ କହିଛନ୍ତି ଯେ ଅଭିନବ କରୋନାଭାଇରସ୍ ଦମନ ପାଇଁ ଅନ୍ତର୍ଜାତୀୟ ସମୁଦାୟ ଏକତ୍ର କାର୍ଯ୍ୟ କରୁଛନ୍ତି। ଏଭଳି ସମୟରେ ‘ଏସିଆନ୍’ ନେତାମାନଙ୍କର ବୈଠକ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ଅବଶ୍ୟ ‘ଏସିଆନ୍’ ସଦସ୍ୟମାନଙ୍କ ସହ ପରାମର୍ଶ କରି ଆମେରିକା ଏ ଭଳି ନିଷ୍ପତ୍ତି ଗ୍ରହଣ କରିଛି।
Image Source: The Times of Indiaମାର୍ଚ ୧୪ ତାରିଖ ଦିନ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ‘ଆସୋସିଏସନ୍ ଅଫ୍ ସାଉଥ୍ ଏସିଆନ୍ ନେସନ୍ସ୍’ର ନେତାମାନଙ୍କର ଆଞ୍ଚଳିକ ଅଧିବେଶନ ଉଦ୍ଘାଟନ ଥାଆନ୍ତେ।
ଅଧିକାରୀଜଣକ ଆହୁରି କହିଛନ୍ତି ଯେ ଦୁଃସ୍ଥିତିରେ ପଡ଼ିଥିବା ଏହି ଅଞ୍ଚଳର ରାଷ୍ଟ୍ରମାନଙ୍କ ସହ ଆମର ସମ୍ପର୍କର ମୂଲ୍ୟବୋଧକୁ ଯୁକ୍ତରାଷ୍ଟ୍ର ଆମେରିକା ହୃଦୟଙ୍ଗମ କରୁଛି। ଭବିଷ୍ୟତରେ ଏହି ବୈଠକ ଡକାଇବାକୁ ଆମେରିକା ଆଗ୍ରହୀ ଅଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/asian.jpg)