କିମ୍‌ଙ୍କୁ ଭେଟିଲେ ଟ୍ରମ୍ପ, ହାତ ମିଳାଇଲେ ଦୁଇନେତା,୪୫ ମିନିଟ ଧରି ଚାଲିଲା ଓ୍ଵାନ ଟୁ ଓ୍ଵାନ ବୈଠକ,

ପ୍ରଚଣ୍ଡ ତିକ୍ତ ସମ୍ପର୍କର ପ୍ରତିବନ୍ଧକକୁ ଏଡାଇ ଆମେ ଏକାଠି ହୋଇଛନ୍ତି- କିମ୍‌, ଟ୍ରମ୍ପ

ସିଙ୍ଗାପୁର: ଆଜି ସିଙ୍ଗାପୁର ସେଣ୍ଟାସା ଦ୍ୱୀପର କାପ୍ରେ-ଲା ହୋଟେଲ ପରିସରରେ ଭାରତୀୟ ସମୟ ସକାଳ ସାଢେ ୬ଟାରେ ଉତ୍ତରକୋରିଆ ଶାସକ କିମ୍‌ ଜଙ୍ଗ ଉନ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ବହୁ ପ୍ରତିକ୍ଷୀତ ଐତିହାସିକ ବୈଠକ ଆରମ୍ଭ ହୋଇଛି। ଉଭୟ ନେତା ପରସ୍ପର ସହିତ ହାତ ମିଳାଇବା ପରେ ଡୋନାଲ୍ଡ ଟ୍ରମ୍ପ ଉତ୍ତରକୋରିଆ ଶାସକ କିମ୍‌ ଜଙ୍ଗ ଉନଙ୍କୁ କହିଛନ୍ତି ଯେ ଆମ ମଧ୍ୟରେ ଏକ ପ୍ରଚଣ୍ଡ ତିକ୍ତ ସମ୍ପର୍କ  ଥିଲା। ଏହାର ଜବାବରେ ଉତ୍ତରକୋରିଆ ଶାସକ କିମ୍‌ ଜଙ୍ଗ ଉନ   ଆମେରାକା ରାଷ୍ଟ୍ରପତି ଡେନୋଲ୍ଡ ଟ୍ରମ୍ପଙ୍କୁ କହିଛନ୍ତି ଯେ ଆମେ ଆମ ରାସ୍ତାରେ ଥିବା ସମସ୍ତ ପ୍ରତିବନ୍ଧକକୁ ଅତିକ୍ରମ କରି ଆସି ଏହି ଐତିହାସିକ ବୈଠକରେ ସାମିଲ ହୋଇପାରିଛନ୍ତି। ପ୍ରଥମେ ଉଭୟ ନେତା  ୪୮ମିନିଟ୍‌ ଧରି ଓ୍ଵାନ ଠୁ ଓ୍ଵାନ କଥାବାର୍ତ୍ତା କରିବା ପରେ ବର୍ତ୍ତମାନେ  ପ୍ରତିନିଧିିସ୍ତରୀୟ ଆଲୋଚନା ଜାରି ରହିଛି। ଓ୍ଵାନ ଟୁ ଓ୍ଵାନ ମିଟିଂକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ହ ଟ୍ରମ୍ପ  ଖୁବ୍‌ ଭଲ   ବୋଲି ଅଭିହିତ କରିଛନ୍ତି।

 

ଉତ୍ତରକୋରିଆ ଶାସକ କିମ୍‌ ଜଙ୍ଗ ଉନ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଅନୁଷ୍ଠିତ ଏହି ଶିଖର ବୈଠକ ଏକ ନୂଆ ଇତିହାସ ସୃଷ୍ଟି କରିବାକୁ ଯାଉଛି। ବିଶେଷକରି ଉତ୍ତରକୋରିଆ ଶାସକ କିମ୍‌ ଜଙ୍ଗ ଉନ  ଉତ୍ତରକୋରିଆ ପାଇଁ ସୁରକ୍ଷା ଗୃାରେଣ୍ଟି ହାତେଇବା ସହିତ ପରମାଣୁ ଅସ୍ତ୍ର ନିରସ୍ତ୍ରୀକରଣ  ଦିଗରେ ବଡ଼ ପଦକ୍ଷେପ ନେଇ ପାରନ୍ତି  ବୋଲି ଆଶା କରାଯାଉଛି।ଦୁଇ ନେତାଙ୍କ ବୈଠକକୁ ଆଖି ଆଗରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସିଙ୍ଗାପୁରର ସୁରକ୍ଷା ବାହିନୀରେ ନିୟୋଜିତ ଗୋର୍ଖା ବାହିନୀଙ୍କୁ ସୁରକ୍ଷା ଦାୟିତ୍ୱରେ ନିୟୋଜିତ କରାଯାଇଛି। ଉଭୟ ନେତାଙ୍କ ଏହି ଐତିହାସିକ ବୈଠକର ବନ୍ଦୋବସ୍ତ ପାଇଁ କରାଯାଇଥିବା ସମସ୍ତ ପ୍ରସ୍ତୁତି ପାଇଁ ସିଙ୍ଗାପୁର ସରକାର ୧୩୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରୁଛନ୍ତି। ସିଙ୍ଗାପୁର ପ୍ରଧାନମନ୍ତ୍ରୀ ସିଏନ ଲୁଙ୍ଗ ଏହି ପ୍ରସଙ୍ଗରେ ମତବ୍ୟକ୍ତ କରି ବିଶ୍ୱ ଶାନ୍ତି ପାଇଁ ତାଙ୍କ ଦେଶ ଏହି ବ୍ୟବସ୍ଥା କରିଛିି।

ସମ୍ବନ୍ଧିତ ଖବର