ନୂଆଦିଲ୍ଲୀ: ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଯେଉଁଠାକୁ ଯାଆନ୍ତି ସେଠାରେ ଚର୍ଚ୍ଚାର ବିଷୟ ପାଲଟନ୍ତି। ସୋମବାର ଦିନ ଇଜିପ୍ଟରେ ଗାଜା ଶିଖର ସମ୍ମିଳନୀ ସମୟରେ ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମ୍ମିଳନୀରେ ମେଲୋନିଙ୍କ ସୌନ୍ଦର୍ଯ୍ୟକୁ ପ୍ରଶଂସା କରିଥିଲେ। ଟ୍ରମ୍ପ ମଞ୍ଚରେ ଥିବା ଏକମାତ୍ର ମହିଳା ନେତ୍ରୀ ଭାବେ ଉପସ୍ଥିତ ଥିବା ମେଲୋନିଙ୍କୁ ସୁନ୍ଦର ବୋଲି କହି ତାଙ୍କର ଅଭିଭାଷଣ ଆରମ୍ଭ କରିଥିଲେ। ସେ ତାଙ୍କୁ ଜଣେ ଅତ୍ୟନ୍ତ ସଫଳ ରାଜନେତ୍ରୀ ଭାବରେ ମଧ୍ୟ ବର୍ଣ୍ଣନା କରିଥିଲେ। ତିନିଥର ବିବାହ କରିଥିବା ଟ୍ରମ୍ପ ଏଭଳି ମେଲୋନିଙ୍କ ପ୍ରଶଂସା କରିବା ଏବେ ଚର୍ଚ୍ଚାରେ ରହିଛି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇଜିପ୍ଟ ରାଷ୍ଟ୍ରପତି ଅବଦେଲ ଫତେହ ଅଲ ସିସି ଇଜିପ୍ଟର ଶର୍ମ ଏଲ ଶେଖ୍ରେ ଗାଜା ଶାନ୍ତି ସମ୍ମିଳନୀର ମିଳିତ ଆୟୋଜନ କରିଥିଲେ। ଗାଜା ଷ୍ଟ୍ରିପ୍ରେ ଯୁଦ୍ଧ ଶେଷ କରିବା ଏହି ସମ୍ମିଳନୀର ଲକ୍ଷ୍ୟ। ଏହି ସମ୍ମିଳନୀରେ ୨୦ରୁ ଅଧିକ ବିଶ୍ବ ନେତା ଯୋଗ ଦେଇଥିଲେ। ଏହି ସମ୍ମିଳନୀରେ ଭାଷଣ ଦେବା ମଧ୍ୟରେ ଟ୍ରମ୍ପ, ମେଲୋନିଙ୍କ ପ୍ରଶଂସା କରିବାରେ ଲାଗିପଡ଼ିଥିଲେ।
Trump to Giorgia Meloni:
— Spencer Hakimian (@SpencerHakimian) October 13, 2025
“In the U.S., if you tell a woman she’s beautiful, your political career is over. But I’ll take my chances. You won’t be offended if I say you’re beautiful, right?“
pic.twitter.com/YZEdsZjwSU
ସେ କହିଥିଲେ ଯେ, "ମୋତେ ଏଭଳି କହିବାକୁ ଅନୁମତି ନାହିଁ, କାରଣ ଏହା ସାଧାରଣତଃ ଆପଣଙ୍କ ରାଜନୈତିକ କ୍ୟାରିୟରକୁ ଶେଷ କରିଦିଏ। କିନ୍ତୁ ସେ ଜଣେ ସୁନ୍ଦର ମହିଳା। ଯଦି ଆପଣ ଆମେରିକାରେ ଜଣେ ମହିଳାଙ୍କ ସୁନ୍ଦରତା ବର୍ଣ୍ଣନା କରିବା ପାଇଁ 'ସୁନ୍ଦରୀ' ଶବ୍ଦ ବ୍ୟବହାର କରନ୍ତି, ତେବେ ଏହା ଆପଣଙ୍କ ରାଜନୈତିକ କ୍ୟାରିୟରକୁ ଶେଷ କରିଦେବ। କିନ୍ତୁ ମୁଁ ମେଲୋନିଙ୍କୁ ପ୍ରଶଂସା କରିବି।"
ପଛରେ ଠିଆ ହୋଇଥିବା ୪୮ ବର୍ଷୀୟ ମେଲୋନିଙ୍କ ଆଡ଼କୁ ଅନାଇ ଟ୍ରମ୍ପ୍ କହିଥିଲେ, "ମୁଁ ଆପଣଙ୍କୁ ସୁନ୍ଦର ବୋଲି କହିଲେ ଆପଣଙ୍କର କୌଣସି ଆପତ୍ତି ନାହିଁ ତ?" ଏହା ଶୁଣି ମେଲୋନି ମୁଣ୍ଡ ହଲାଇ ନା ବୋଲି କହିଥିଲେ। ଏହା ଦେଖି ଟ୍ରମ୍ପ କହିଥିଲେ "ଧନ୍ୟବାଦ। ଆପଣ ମହୁତ ସୁନ୍ଦର।" ଟ୍ରମ୍ପ୍ ମୁହଁ ଫେରାଇ ନେବା ସମୟରେ କ୍ୟାମେରା ତାଙ୍କ ଭାବକୁ କଏଦ କରିପାରି ନ ଥିବାରୁ ଏଥିରେ ମେଲୋନିଙ୍କ ପ୍ରତିକ୍ରିୟା ଅଜଣା।
donald-trump | giorgia-meloni
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/10/14/untitled-3-2025-10-14-12-55-21.jpg)