ୱାସିଂଟନ୍: ଚୀନରେ କୋଭିଡ୍-୧୯ଜନିତ ସରକାରୀ ମୃତ୍ୟୁ ସଂଖ୍ୟା ଉପରେ ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ୍ ବୁଧବାର ଦିନ ସନ୍ଦେହ ପ୍ରକଟ କରିଛନ୍ତି । ବେଜିଙ୍ଗ୍ ବାସ୍ତବ ସଂଖ୍ୟା ଗୁପ୍ତ ରଖୁଛି ବୋଲି ଏକ ଗୁଇନ୍ଦା ରିପୋର୍ଟକୁ ଆଧାର କରି ସାମ୍ବାଦିକ ସମ୍ମିଲନୀରେ ଟ୍ରମ୍ପ୍ କହିଛନ୍ତି ଯେ ସେମାନେ ଯେ ସତ କହୁଛନ୍ତି, ତାହା ଆମେ ଜାଣିବୁ କିପରି । ବାସ୍ତବ କଥା ଦେଖିଲେ ସେଠାକାର ମୃତ୍ୟୁ ସଂଖ୍ୟା ଟିକେ ଅଧିକ ହେବା ପରି ମନେହୁଏ ।
ଗୁରୁତ୍ୱାରୋପ କରି ଟ୍ରମ୍ପ୍ ପୁଣି କହିଲେ ଯେ ଚୀନ୍ ସହ ସୁସମ୍ପର୍କ ରହିଛି । ସେ ମଧ୍ୟ ରାଷ୍ଟ୍ରପତି ଜି ଜିନପିଙ୍ଗଙ୍କର ଘନିଷ୍ଠ ଅଟନ୍ତି । କିନ୍ତୁ ବେଜିଙ୍ଗର ସତ୍ୟତା ଉପରେ ଉଠିଥିବା ବିବାଦ ହିଁ ଦୁଇ ଦେଶର ସମ୍ପର୍କରେ ତିକ୍ତତା ସୃଷ୍ଟି କରିଛି । ଏହାଛଡ଼ା ଚୀନରେ କଳ୍ପନାଜଳ୍ପନା ଚାଲିଛି ଯେ ଏ ଭାଇରସ ପାଇଁ ଆମେରିକା ସେନାର ସୃଷ୍ଟି । ଏହା ମଧ୍ୟ ସମ୍ପର୍କକୁ ବିଗାଡ଼ିବାରେ ସହାୟକ ହେଉଛି ।
Image Courtesy of Timeଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ଚୀନ୍ କରିଥିବା ଘୋଷଣା ଅନୁସାରେ, ବୁଧବାର ସୁଦ୍ଧା ସେଠାରେ ୮୨, ୩୧୬ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୩, ୩୧୬ଜଣଙ୍କର ମୃତ୍ୟୁ ଘଟିଛି । କିନ୍ତୁ, ବୁଧବାର ସୁଦ୍ଧା ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୬, ୨୦୭ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୪, ୫୪୨ ହୋଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/Trump-Says-About-Chinas-Death-Figure-Due-to-Covid-19_Thumbnail.jpg)