ୱାସିଂଟନ : ଆମେରିକାରେ ଭୋଟ୍ ଗ୍ରହଣର ୩ ଦିନ ପରେ ବି ରାଷ୍ଟ୍ରପତି ନିର୍ବାଚନର ଫଳାଫଳକୁ ନେଇ ସ୍ଥିତି ସ୍ପଷ୍ଟ ହୋଇପାରୁନାହିଁ। ଡେମୋକ୍ରାଟିକ୍ ଦଳର ପ୍ରାର୍ଥୀ ଜୋ ବାଇଡେନ୍ ୨୬୪ ନିର୍ବାଚକ ମଣ୍ଡଳ (ଇଲେକ୍ଟୋରାଲ) ଭୋଟ୍ ସହିତ ଅତ୍ୟନ୍ତ ସୁଦୃଢ଼ ସ୍ଥିତିରେ ଅଛନ୍ତି ଏବଂ ତାଙ୍କ ବିଜୟ ଏକ ପ୍ରକାର ସୁନିଶ୍ଚିତ ବୋଲି କୁହାଯାଉଛି।
ଅନ୍ୟପକ୍ଷରେ ରାଷ୍ଟ୍ରପତି ତଥା ରିପବ୍ଲିକାନ ଦଳ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍ ୨୧୪ ଇଲେକ୍ଟୋରାଲ ଭୋଟ୍ ହାସଲ କରି ଦୌଡ଼ରେ ବହୁତ ପଛରେ ପଡ଼ିଯାଇଛନ୍ତି। ତେବେ ଟ୍ରମ୍ପ୍ ଏହି ନିର୍ବାଚନରେ ବ୍ୟାପକ ଜାଲିଆତି ହୋଇଥିବା ଅଭିଯୋଗ ଆଣିଛନ୍ତି। ଭୋଟ୍ ଗଣତି ପ୍ରକ୍ରିୟା ଏବଂ ଇ-ବ୍ୟାଲଟ୍ର ଦୁରୁପଯୋଗ ହୋଇଥିବା ଦର୍ଶାଇ ସେ ଅଦାଲତର ଦ୍ବାରସ୍ଥ ହୋଇଥିବାରୁ ଏବେ ଏହି ନିର୍ବାଚନ ଆଇନଗତ ଲଢ଼େଇରେ ଫସିଯାଇଛି। ଜର୍ଜିଆ ଏବଂ ମିଚିଗନ୍ ରିପବ୍ଲିକାନ ଦଳର ଗଡ଼ ହୋଇଥିବା ବେଳେ ଏଠାରେ ଟ୍ରମ୍ପ୍ ପଛୁଆ ରହିବା ତାଙ୍କ ପାଇଁ ବଡ଼ ଝଟ୍କା ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/joe-biden-1.jpg)