ଗାଜା: ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ବୁଧବାର ଦିନ ଇସ୍ରାଏଲ୍ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ଇସ୍ରାଏଲ୍-ପାଲେଷ୍ଟାଇନ୍ ସଂଘର୍ଷ ସଂକ୍ରାନ୍ତରେ ଆଲୋଚନା କରିବା ସହ ସେମାନଙ୍କ ଶତ୍ରୁତାର ଅବସାନ ଘଟିବ ବୋଲି ଆଶା ବ୍ୟକ୍ତ କରିଛନ୍ତି।
ସୂଚନାଯୋଗ୍ୟ, ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ତିନି ଦିନ ଧରି ତୀବ୍ର ଅଚଳାବସ୍ଥା ଲାଗି ରହିବା ପରେ ଇସ୍ରାଏଲ୍ ଉପରେ ହମାସ୍ ପ୍ରବଳ ରକେଟ୍ ନିକ୍ଷେପ କରିଛି। ରାତିକ ମଧ୍ୟରେ ପ୍ରାୟ ୨୦୦ରୁ ଊର୍ଦ୍ଧ୍ବ ରକେଟ୍ ନିକ୍ଷେପ ଯୋଗୁଁ ଗାଜାରେ ୬୫ଜଣ ଓ ଇସ୍ରାଏଲ୍ରେ ୭ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।
Image Courtesy of Yahoo News Indiaହ୍ବାଇଟ୍ ହାଉସ୍ରେ ବାଇଡେନ୍ ସାମ୍ବାଦିକମାନଙ୍କୁ କହିଛନ୍ତି, ମୋର ଆଶା ଖୁବ୍ ଶୀଘ୍ର ଏହି ସଂଘର୍ଷ ସମାପ୍ତ ହେବ। ହଜାର ହଜାର ରକେଟ୍ ନିକ୍ଷେପ ହେଉଥିବା ବେଳେ ଆତ୍ମରକ୍ଷା ପାଇଁ ଇସ୍ରାଏଲ୍ର ପ୍ରତିରୋଧ କରିବା ଅଧିକାର ବି ରହିଛି। ଇସ୍ରାଏଲ୍ର ପ୍ରଧାନମନ୍ତ୍ରୀଙ୍କ ସହ ମୁଁ କିଛି ସମୟ ଆଲୋଚନା କରିଛି। ଖୁବ୍ ଶୀଘ୍ର ସଂଘର୍ଷର ଅବସାନ ଘଟିବ ବୋଲି ମୋର ଆଶା ଓ ବିଶ୍ବାସ।
ବିଦେଶୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଗାଜା ଷ୍ଟ୍ରିପ୍ ଉପରେ ପ୍ରବଳ ବୋମାବର୍ଷଣ ଚାଲିଛି। ବୋମା ମାଡ଼ରେ ହମାସ୍ ଗାଜା ସିଟି କମାଣ୍ଡର୍ ବାସେମ୍ ଇସା ଓ ଅନ୍ୟ କେତେକ ପ୍ରମୁଖ ସଦସ୍ୟ ନିହତ ହୋଇଛନ୍ତି।
ଗାଜା ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ, ଏହି ସଂଘର୍ଷ ଫଳରେ ୧୬ଜଣ ପିଲା, ୫ଜଣ ମହିଳାଙ୍କ ସମେତ ୬୫ଜଣ ପାଲେଷ୍ଟେନୀୟ ନିହତ ଏବଂ ୩୬୫ରୁ ଅଧିକ ଆହତ ହୋଇଛନ୍ତି।
ଏହାଛଡ଼ା, ଦଙ୍ଗାରେ ସମ୍ପୃକ୍ତ ୩୭୪ଜଣଙ୍କୁ ଗତରାତିରେ ଗିରଫ କରାଯାଇଛି ବୋଲି ଇସ୍ରାଏଲୀୟ ପୁଲିସ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/israel.jpg)