ନୂଆଦିଲ୍ଲୀ: ଆଫଗାନିସ୍ତାନ ସଙ୍କଟ ମଧ୍ୟରେ ମୁହଁ ଖୋଲିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ତାଲିବାନ ହାତକୁ ଆଫଗାନିସ୍ତାନ ଯିବା ପରେ ଏ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଦାୟୀ କରାଯାଇଥିଲା। ସେ ସୈନ୍ୟ ଫେରାଇନେବାରୁ ଏଭଳି ହୋଇଥିବା କୁହାଯାଇଥିଲା। ଏବେ ସମାଲୋଚନାର ଶିକାର ହେବା ପରେ ମୁହଁ ଖୋଲିଛନ୍ତି ଜୋ ବାଇଡେନ।  ଦେଶବାସୀଙ୍କୁ ସମ୍ବୋଧିତ କରି ସେ କହିଛନ୍ତି, ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର ନେଇ ସେ ଯେଉଁ ନିଷ୍ପତ୍ତି ନେଇଥିଲେ, ସେଥିରେ ସେ ଏବେ ବି ଅଟଳ ଅଛନ୍ତି । ସେ ସ୍ୱୀକାର କରିଛନ୍ତି ଯେ, ସମୟ ପୂର୍ବରୁ ଆଫଗାନିସ୍ତାନ ସରକାରର ପତନ ହୋଇଛି । ଆଫାଗାନିସ୍ତାନରେ ଦୀର୍ଘଦିନ ଆମେରିକା ଲଢିଥିଲେ ଋଷ ଓ ଚୀନକୁ ଫାଇଦା ହୋଇଥାନ୍ତା । ଆମେ ପୂର୍ବର ଭୁଲକୁ ଦୋହରାଇବାକୁ ଚାହୁଁ ନଥିଲୁ । ସେଥିପାଇଁ ଆଫଗାନିସ୍ତାନରୁ ସେନା ହଟାଇବା ବିକଳ୍ପ କଥା ଚିନ୍ତା କଲୁ । ଆଉ ଏହି ନିଷ୍ପତ୍ତି ନେଇ ତାଙ୍କୁ କୌଣସି ପଶ୍ଚାତାପ ହୋଇନାହିଁ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ।

Advertisment

ସେ ଆହୁରି ମଧ୍ୟ କହିଛନ୍ତି, ଗତ ୨୦ ବର୍ଷ ମଧ୍ୟରେ ଆଫାଗାନିସ୍ତାନ ପାଇଁ ଆମେରିକା ଅନେକ ତ୍ୟାଗ କରିଛି । ଭବିଷ୍ୟତରେ ଆଫଗାନିସ୍ତାନ ଲୋକଙ୍କୁ ଆମେରିକା ସହୟତା ଯୋଗାଇ ଦେବ । ଆଫାଗାନିସ୍ତାନର ସ୍ଥିତି ପାଇଁ ସେ ପଳାଳତ ରାଷ୍ଟ୍ରପତି ଅସରଫ ଗନିକୁ ଦାୟୀ କରି କହିଛନ୍ତି ଯେ, ଯେତେବେଳେ ମୁଁ ଜୁନରେ ଗନିଙ୍କୁ ଭେଟିଥିଲି ଏବଂ ଜୁଲାଇରେ ତାଙ୍କ ସହ ଫୋନରେ କଥା ହୋଇଥିଲି, ସେତେବେଳେ ଆମର ଏକ ସ୍ପଷ୍ଟ ବାର୍ତ୍ତାଳାପ ହୋଇଥିଲା | ଆମେରିକାର ସୈନ୍ୟବାହିନୀ ଆଫଗାନିସ୍ତାନରୁ ଫେରିବା ପରେ  ଆଫଗାନିସ୍ତାନକୁ ଗୃହଯୁଦ୍ଧ ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ ବୋଲି ମୁଁ ଗନିଙ୍କୁ କହିଥିଲି। ହେଲେ ଗନି ଏସବୁ କରିବାରେ ବିଫଳ ହେବା ସହ ତାଲିବାନଙ୍କ ସହିତ ଲଢ଼ିବା ପରିବର୍ତ୍ତେ ନିଜ ଜୀବନ ବଞ୍ଚାଇ ଲୁଚି ପଳାଇଲେ।

I'm president of United States and the buck stops with me" | Joe Biden Speech Highlights - India Today indiatoday.in

ବାଇଡେନ ଏହା ମଧ୍ୟ କହିଛନ୍ତି ଯେ, ଆମର ଜାତୀୟ ସ୍ୱାର୍ଥରେ ନଥିବା ବିବାଦରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରହି ଯୁଦ୍ଧ କରିବାର ଭୁଲର ପୁନରାବୃତ୍ତି ଆମେ କରିବୁ ନାହିଁ। ଆଫଗାନିସ୍ତାନକୁ ଆମେରିକା ୨୦ବର୍ଷ ମଧ୍ୟରେ ଅନେକ ସାହାଯ୍ୟ କରିଛି।  ଏ ନେଇ ସେନାର ବହୁ ଯବାନ ସହିଦ ହୋଇଛନ୍ତି। ଆଜି ନହେଲେ କାଲି ସୈନ୍ୟ ପ୍ରତ୍ୟାହାର ନିଷ୍ପତ୍ତି ନିଆଯାଇଥାନ୍ତା। ଏହି ନିଷ୍ପତ୍ତି ମୁଁ ପୂର୍ବରୁ ନେଇଥିବାରୁ ବହୁତ ଖୁସି। ଆଫଗାନ ସେନାକୁ ନିଜ ଦେଶ ପାଇଁ ଲଢ଼ିବାର ଥିଲା, ହେଲେ ସେମାନେ ଆତ୍ମସମର୍ପଣ କରି ନିଜ ଦେଶକୁ ଖୁବ ସହଜରେ ତାଲିବାନଙ୍କ ହାତକୁ ଟେକିଦେଲେ।