ଓ୍ଵାସିଂଟନ୍: ଗୁରୁତ୍ୱପୂର୍ଣ୍ଣ ଶକ୍ତି ବିଭାଗରେ ବାଇଡେନ୍ ପ୍ରଶାସନ ୪ଜଣ ଭାରତୀୟ-ଆମେରିକୀୟଙ୍କୁ ବରିଷ୍ଠ ପଦବୀରେ ନିଯୁକ୍ତି ଦେଇଛି।
ପ୍ରଥମ ଭାରତୀୟ-ଆମେରିକୀୟ ଭାବେ ତାରକ ଶାହାଙ୍କୁ ଏହି ବିଭାଗରେ ‘ଚିଫ୍ ଅଫ୍ ଷ୍ଟାଫ୍’ ଭାବେ ନିଯୁକ୍ତି ମିଳିଛି। ସେହିଭଳି, ତନ୍ୟା ଦାସଙ୍କୁ ‘ଅଫିସ୍ ଅଫ୍ ସାଇନ୍ସ୍’ର ‘ଚିଫ୍ ଅଫ୍ ଷ୍ଟାଫ୍’, ନାରାୟଣ ସୁବ୍ରମଣିଆନ୍ଙ୍କୁ ’ଜେନେରାଲ୍ କାଉନ୍ସେଲ୍’ଙ୍କ କାର୍ଯ୍ୟାଳୟରେ ଆଇନଗତ ପରାମର୍ଶଦାତା ଏବଂ ସୁଚି ତଲତିଙ୍କୁ ‘ଜୀବାଶ୍ମ ଶକ୍ତି’ କାର୍ଯ୍ୟାଳୟର ‘ଚିଫ୍ ଅଫ୍ ଷ୍ଟାଫ୍’ ଭାବେ ନିଯୁକ୍ତି ମିଳିଛି।
/sambad/media/post_attachments/wp-content/uploads/2021/01/joe-2.jpg) Image Courtesy of India Today
 Image Courtesy of India Today‘ଶକ୍ତି ବିଭାଗ’ ୧୯ଟି ବରିଷ୍ଠସ୍ତରୀୟ ନିଯୁକ୍ତି ଘୋଷଣା କରିବା ସମୟରେ ଶାହା କହିଥିଲେ, ଏହି ମେଧାବୀ ତଥା ବିବିଧ ସମ୍ପ୍ରଦାୟର ସରକାରୀ ଅଧିକାରୀମାନେ ଜଳବାୟୁ ସଙ୍କଟ ମୁକାବିଲା କରି ସନ୍ତୁଳିତ ସ୍ୱଚ୍ଛ ଇନ୍ଧନଯୁକ୍ତ ଭବିଷ୍ୟତ ନିମନ୍ତେ ବାଇଡେନ୍ଙ୍କ ଲକ୍ଷ୍ୟ ସାଧନ କରିବାରେ ସମର୍ଥ ହେବେ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେମାନଙ୍କର ପାରଦର୍ଶିତା, ବିପୁଳ ଅଭିଜ୍ଞତା ସହ ବିଜ୍ଞାନକୁ ଅନୁସରଣ କରି ଶକ୍ତି ବିଭାଗରେ ନିଯୁକ୍ତ ଏହି ଅଧିକାରୀମାନେ ଏକ ସ୍ୱଚ୍ଛ ଶକ୍ତିସମ୍ପନ୍ନ ଅର୍ଥନୀତି ସୃଷ୍ଟି କରାଇବାରେ ଅବଦାନ ଦେବେ। ଏହାଦ୍ୱାରା ନିୟୁତ ନିୟୁତ ସଂଖ୍ୟାରେ ଉତ୍ତମ ବେତନଯୁକ୍ତ ଆମେରିକୀୟ କର୍ମସଂସ୍ଥାନ ସୃଷ୍ଟି ହେବ ଏବଂ ଉତ୍ତର ପିଢ଼ି ପାଇଁ ପୃଥିବୀକୁ ନିରାପଦ ରଖିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/biden.jpg)
