ଓ୍ଵାସିଂଟନ୍: କ୍ଷମତା ଛାଡ଼ିବାକୁ ମାତ୍ର କେତେ ଘଣ୍ଟା ବାକି ଥିବା ବେଳେ ଷ୍ଟିଭ୍ ବ୍ୟାନନ୍ ଓ ଅନ୍ୟାନ୍ୟ ସହଯୋଗୀମାନଙ୍କ ସମେତ ୭୩ଜଣଙ୍କୁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ୍ ବୁଧବାର ଦିନ କ୍ଷମା ଦେଇଛନ୍ତି।
ଏକ ବିବୃତିରେ ହ୍ଵାଇଟ୍ ହାଉସ୍ କହିଛି, ରାଷ୍ଟ୍ରପତି ଡୋନାଲ୍ଡ୍ ଜେ. ଟ୍ରମ୍ପ୍ ୭୩ଜଣଙ୍କୁ କ୍ଷମା ଦେବା ସହ ଆଉ ୭୦ଜଣ ବ୍ୟକ୍ତିଙ୍କର ଦଣ୍ଡାଦେଶ ହ୍ରାସ କରିଛନ୍ତି।
ଏହି କ୍ଷମାଦାନ ତାଲିକାରେ ରାଷ୍ଟ୍ରପତି ଏବଂ ତାଙ୍କ ପିଲାମାନେ ନାହାନ୍ତି।
Steve Bannon image courtesy of Hindustan Timesଟ୍ରମ୍ପ୍ଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଜନା ମେକ୍ସିକୋ ସୀମାନ୍ତ ପ୍ରାଚୀର ନିର୍ମାଣ ପାଇଁ ଅର୍ଥ ସଂଗ୍ରହ ବେଳେ ଲୋକମାନଙ୍କୁ ଠକିବା ଅଭିଯୋଗରେ ଅଭିଯୁକ୍ତ ଷ୍ଟିଭ୍ ବ୍ୟାନନ୍ଙ୍କୁ କ୍ଷମା ଦିଆଯାଇଛି। ବିବୃତିରେ ଉଲ୍ଲେଖ ଅଛି, ଶ୍ରୀ ବ୍ୟାନନ୍ ରକ୍ଷଣଶୀଳ ଆନ୍ଦୋଳନର ଜଣେ ବିଶିଷ୍ଟ ନେତା ଥିଲେ। ରାଜନୈତିକ ଚତୁରତା ପାଇଁ ସେ ବେଶ୍ ଜଣାଶୁଣା।
ଫୋନ୍ ଯୋଗେ ଷ୍ଟିଭ୍ଙ୍କ ସଙ୍ଗେ କଥାବାର୍ତ୍ତା କରି ଟ୍ରମ୍ପ୍ ଶେଷ ମୁହୂର୍ତ୍ତରେ ଏହି ନିଷ୍ପତ୍ତି ଗ୍ରହଣ କରିଥିବା କଥା ପୂର୍ବରୁ ଯୁକ୍ତରାଷ୍ଟ୍ର ଆମେରିକାର ଗଣମାଧ୍ୟମ ରିପୋର୍ଟ କରିଥିଲା।
ନିର୍ବାଚନରେ ଟ୍ରମ୍ପ୍ଙ୍କୁ ପରାସ୍ତ କରିଥିବା ଜୋ ବାଇଡେନ୍ ଆଜି ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ଶପଥ ନେବେ। କିନ୍ତୁ, ଏହି ଉଦ୍ଘାଟନୀ ଉତ୍ସବ ଏଡ଼ାଇ ଟ୍ରମ୍ପ୍ ବିମାନ ଯୋଗେ ଫ୍ଲୋରିଡାସ୍ଥିତ ନିଜ ଘରକୁ ଚାଲିଯିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/DJ-trump.jpg)