ନୂଅାଦିଲ୍ଲୀ: ଶନିବାର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାନ ଭାଇ ରବର୍ଟ ଟ୍ରମ୍ପଙ୍କ ଦେହାନ୍ତ ହୋଇଛି। ଏ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୂଚନା ଦେଇଛନ୍ତି। ଶୁକ୍ରବାର ରାଷ୍ଟ୍ରପତି ଟ୍ରମ୍ପ ରବର୍ଟଙ୍କୁ ଭେଟିବାକୁ ଯାଇଥିବା ବେଳେ ଶନିବାର ତାଙ୍କର ମୃତ୍ୟୁ ହୋଇଥିଲା। ସାନ ଭାଇକୁ ହରାଇବାର ଖବର ଦେବା ସହ ରାଷ୍ଟ୍ରପତି ଟ୍ରମ୍ପ ଭାବବିହ୍ବଳ କଲା ଭଳି ବିବୃତି ଦେଇଛନ୍ତି।
ସେ କହିଛନ୍ତି, "ମୁଁ ଭାରି ହୃଦୟ ସହ ମୋ ସାନ ଭାଇର ମୃତ୍ୟୁର ଖବର ଦେବାକୁ ଚାହୁଛି। ଭାଇ ରବର୍ଟ ଆଜି ରାତିରେ ଆମକୁ ଛାଡ଼ି ଚାଲି ଯାଇଛି। ସେ କେବଳ ମୋର ଭାଇ ନଥିଲେ, ସେ ମୋର ସର୍ବୋତ୍ତମ ବନ୍ଧୁ ଥିଲେ। ତାଙ୍କୁ ମୁଁ ବହୁତ ମନେ ପକାଇବି, କିନ୍ତୁ ଆମେ ପୁନର୍ବାର ଦେଖା ହେବୁ। ତାଙ୍କର ସ୍ମୃତି ମୋ ହୃଦୟରେ ସବୁଦିନ ପାଇଁ ବଞ୍ଚି ରହିବ। ରବର୍ଟ, ମୁଁ ତୁମକୁ ଭଲ ପାଏ ବୋଲି ଟ୍ରମ୍ପ ଏକ ବିବୃତିରେ କହିଛନ୍ତି।
ମୃତ୍ୟୁ ବେଳକୁ ରବର୍ଟ ଟ୍ରମ୍ପଙ୍କୁ ୭୨ବର୍ଷ ହୋଇଥିଲା। ସେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କଠାରୁ ୨ବର୍ଷ ସାନ ଥିଲେ।