ଆମେରିକା ରାଷ୍ଟ୍ରପତି ବାଇଡେନଙ୍କ ପତ୍ନୀଙ୍କ ଓଠରେ ଚୁମ୍ବନ ଦେଲେ କମଳା ହାରିସଙ୍କ ସ୍ବାମୀ, ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ପତ୍ନୀ ଜିଲ ବାଇଡେନ ଓ ଉପରାଷ୍ଟ୍ରପତି କମଲା ହାରିସଙ୍କ ସ୍ୱାମୀଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜିଲ ବାଇଡେନ, କମଲା ହାରିସଙ୍କ ସ୍ୱାମୀ ଡଗ ଏମହଫଙ୍କୁ ଚୁମ୍ବନ ଦେଉଥିବାର ନଜର ଆସିଛନ୍ତି। ଭିଡିଓ ଭାଇରାଲ ହେବା ପରେ ଲୋକମାନେ ଏହାକୁ ସୋସିଆଲ ମିଡିଆରେ ସେୟାର କରି ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଥିବା ଦେଖାଯାଇଛି।

ସୂଚନା ମୁତାବକ, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ‘ଷ୍ଟେଟ ଅଫ ଦି ୟୁନିଅନ’କୁ ସମ୍ବୋଧିତ କରିବା ପାଇଁ ମଙ୍ଗଳବାର ଦିନ କ୍ୟାପିଟାଲ ହିଲରେ ପହଞ୍ଚିଥିଲେ। ବାଇଡେନଙ୍କ ଭାଷଣ ଶୁଣିବା ପାଇଁ ଅନେକ ଲୋକ ମଧ୍ୟ କ୍ୟାପିଟାଲ ହିଲରେ ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରେ ଆମେରିକାର ରାଷ୍ଟ୍ରପତିଙ୍କ ପତ୍ନୀ ଜିଲ ବାଇଡେନ ଏବଂ କମଲା ହାରିସଙ୍କ ସ୍ୱାମୀ ଡଗ ଏମହଫ ମଧ୍ୟ ଥିବା ଦେଖାଯାଇଥିଲା। ତେବେ ଜୋ ବାଇଡେନ ଭାଷଣ ଆରମ୍ଭ କରିବା ପୂର୍ବରୁ ପତ୍ନୀ ଜିଲ ବାଇଡେନ ହଲରେ ପହଞ୍ଚିବା ସହ ଡଗ ଏମହଫଙ୍କ ନିକଟକୁ ଯାଇ ତାଙ୍କ ଓଠରେ ଚୁମ୍ବନ ଦେଇଥିଲେ।

ଏହି ସମୟର ଭିଡିଓ ଭାଇରାଲ ହେବା ପରେ ଟ୍ବିଟରରେ ଲୋକେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖୁଥିବା ଦେଖାଯାଇଛି। କିଛି ଲୋକ ଏହାକୁ ଭୁଲରେ ହୋଇଥିବା କହୁଥିବା ବେଳେ ଗାଲକୁ ଚୁମ୍ବନ ଦେବା ବେ‌ଳେ ଭୁଲରେ ଜିଲ୍ ଓଠକୁ ଚୁମ୍ବନ‌ ଦେଇଥିବା କହୁଛନ୍ତି। ଆଉ କିଛି ଲୋକ ‘ଷ୍ଟେଟ ଅଫ ଦି ୟୁନିଅନ’ର ମଜାଦାର ଆରମ୍ଭ ହୋଇଥିବା କହିବା ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର