ନ୍ୟୁୟର୍କ: ଆମେରିକା ରାଷ୍ଟ୍ରପତି ନିର୍ବାଚନର ଭୋଟ ଗଣତି ବେଳକୁ ବେଳ ବେଶ୍ କୌତୂହଳପ୍ରଦ ହେବାରେ ଲାଗିଛି। ଆଉ ମାତ୍ର କିଛି ସମୟ ପରେ ପ୍ରକାଶ ପାଇବ ଅମେରିକା ରାଷ୍ଟ୍ରପତି ନିର୍ବାଚନର ଫଳାଫଳ। ଆଗରେ ଚାଲିଛନ୍ତି ଉପରାଷ୍ଟ୍ରପତି ଜୋ ବାଇଡେନ୍ ଓ ତାଙ୍କୁ କଡ଼ା ଟକ୍କର ଦେଉଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍। ଆମେରିକାର ୫୦ଟି ରାଜ୍ୟରେ ହେଉଥିବା ଏହି ନିର୍ବାଚନରେ ମୋଟ ୫୩୮ ଇଲେକ୍ଟୋରାଲ ଭୋଟ ମଧ୍ୟରୁ ଜିତିବାକୁ ୨୭୦ ଆସନ ଆବଶ୍ୟକ ଥିବା ବେଳେ ଜୋ ବାଇଡେନ୍ ଏବେ ସୁଦ୍ଧା ୨୨୩ ଆସନ ଜିତି ସାରିଲେଣି। ସେହିପରିି ୧୬୬ ଆସନ ହାତେଇ ତାଙ୍କୁ ଟକ୍କର ଦେଉଛନ୍ତି ରାଷ୍ଟ୍ରପତି ଟ୍ରମ୍ପ୍।
6abc Philadelphiaକିନ୍ତୁ ଏହି ଫଳାଫଳରୁ ବାଇଡେନ୍ଙ୍କ ବିଜୟ ଚୂଡ଼ାନ୍ତ ବୋଲି କହି ହେବ ନାହିଁ। କାରଣ ଆଉ ଯେଉଁ ରାଜ୍ୟଗୁଡ଼ିକରେ ଭୋଟ ଗଣତି ଚାଲିଛି, ସେଥିରୁ ଅଧିକାଂଶ ରାଜ୍ୟରେ ଟ୍ରମ୍ପ୍ ଆଗରେ ଅଛନ୍ତି। ଫ୍ଲୋରିଡା ଭଳି ବଡ଼ ରାଜ୍ୟର ଫଳାଫଳ ଟ୍ରମ୍ପ୍ ସପକ୍ଷରେ ଯାଉଛି। ତେଣୁ ଦୁହିଁଙ୍କ ମଧ୍ୟରେ ଏବେ କଡ଼ା ଟକ୍କର ଚାଲିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/Untitled-7.jpg)