ରୁଷୀୟ ‘ଏସ୍‌-୪୦୦’ ବିକଳ୍ପ ଭାବେ ଭାରତକୁ ‘ଥାଡ୍‌’ ବିକ୍ରୟ କରିବା ପାଇଁ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରସ୍ତାବ

ଓ୍ଵାସିଂଟନ୍‌: ରୁଷ୍‌ ନିର୍ମିତ ‘ଏସ୍‌-୪୦୦’ ବିକଳ୍ପ ଭାବେ ଭାରତକୁ ‘ଟର୍ମିନାଲ୍‌ ହାଇ ଆଲ୍‌ଟିଚ୍ୟୁଡ୍‌ ଏରିଆ ଡିଫେନ୍‌ସ୍‌’ (ଥାଡ୍‌) ଏବଂ ‘ପାଟ୍ରିୟଟ୍‌ ଅଡ୍‌ଭାନ୍‌ସ୍‌ କ୍ୟାପାବିଲିଟି (ପାକ୍‌-୩) କ୍ଷେପଣାସ୍ତ୍ର ପ୍ରତିରକ୍ଷା ସିଷ୍ଟମ୍‌ ବିକ୍ରୟ କରିବାକୁ ଯୁକ୍ତରାଷ୍ଟ୍ର ଆମେରିକା ପ୍ରସ୍ତାବ ଦେଇଛି। କିଛି ସପ୍ତାହ ତଳେ ଟ୍ରମ୍ପ୍‌ ପ୍ରଶାସନ ଏହି ଅଫର୍‌ ଦେଇଥିବା କଥା ଜଣାପଡ଼ିଛି। କିନ୍ତୁ, ରୁଷ୍‌ ସହ ରାଜିନାମା ହେବାର ବହୁବର୍ଷ ପରେ ନିକଟ ଭବିଷ୍ୟତରେ ‘ଏସ୍‌-୪୦୦’ ହାସଲ କରିବାକୁ ଯାଉଥିବା କଥା ଭାରତ କହିଛି।

ରୁଷ୍‌ ଠାରୁ ଏହାକୁ ଖରିଦ କଲେ ଭାରତ ଉପରେ ଯୁକ୍ତରାଷ୍ଟ୍ର ଆମେରିକା କଟକଣା ଲଗାଇବାର ସମ୍ଭାବନା ଥିଲା। ଗତ ସେପ୍ଟେମ୍ବର ମାସରେ ଯୁକ୍ତରାଷ୍ଟ୍ର ଆମେରିକା ଓ ଭାରତ ମଧ୍ୟରେ ୨+୨ ବୈଠକ ବସିବା ପରେ କଟକଣା ପ୍ରତ୍ୟାହାର କରିବାକୁ ଆମେରିକା ରାଜି ହୋଇଥିଲା।

‘ଥାଡ୍‌’ର ପ୍ରକୃତ ମୂଲ୍ୟ ଜଣାପଡ଼ି ନ ଥିଲେ ମଧ୍ୟ ଗୋଟିକର ମୂଲ୍ୟ ହାରାହାରି ୩ ବିଲିୟନ୍‌ ଡଲାର୍‌ ବୋଲି ସିଏନ୍‌ବିସି ରିପୋର୍ଟ କରିଛି। ୬ଟି ଲଞ୍ଚର୍‌ ଥିବା ୪୪ଟି ‘ଥାଡ୍‌’ ଲଞ୍ଚର୍‌ ଏବଂ କ୍ଷେପଣାସ୍ତ୍ର କ୍ରୟ କରିବାକୁ ଗତ ନଭେମ୍ବର ମାସରେ ସାଉଦି ଆରବ ଯୁକ୍ତରାଷ୍ଟ୍ର ଆମେରିକା ସହ ରାଜିନାମା କରିଛି। ଏହା ତୁଳନାରେ ଭାରତ ୫. ୪ ବିଲିୟନ୍‌ ଡଲାର୍‌ ମୂଲ୍ୟରେ ୮ଟି ଲଞ୍ଚ୍‌ର୍‌ ଥିବା ୫ଟି ‘ଏସ୍‌-୪୦୦’ ପାଇବ।

ସମ୍ବନ୍ଧିତ ଖବର