ଆବଶ୍ୟକ କରୁଥିବା ଦେଶମାନଙ୍କୁ ଭେଣ୍ଟିଲେଟର୍ ଯୋଗାଇବାକୁ ଆମେରିକା ପ୍ରସ୍ତୁତ: ଡୋନାଲଡ୍ ଟ୍ରମ୍ପ୍

ୱାସିଂଟନ୍: କରୋନାଭାଇରସ୍ ମହାମାରୀ ବିରୋଧରେ ସଂଗ୍ରାମ ଚଳାଇଥିବା ବନ୍ଧୁ ଓ ସହଯୋଗୀ ରାଷ୍ଟ୍ରମାନଙ୍କୁ ବିପୁଳସଂଖ୍ୟକ ଭେଣ୍ଟିଲେଟର୍ ଯୋଗାଇବାକୁ ଯୁକ୍ତରାଷ୍ଟ୍ର ଆମେରିକା ପ୍ରସ୍ତୁତ ବୋଲି ଶୁକ୍ରବାର ଦିନ ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ୍ କହିଛନ୍ତି ।

କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ବହୁସଂଖ୍ୟକ ଲୋକଙ୍କୁ ଚିକିତ୍ସା କରାଇବାକୁ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଆବଶ୍ୟକ ଭେଣ୍ଟିଲେଟର୍ ଏବଂ ଅନ୍ୟାନ୍ୟ ଡାକ୍ତରୀ ଉପକରଣ ଉତ୍ପାଦନ ହାର ବୃଦ୍ଧି କରାଇବା ପରେ ଟ୍ରମ୍ପ୍ କହିଛନ୍ତି ଯେ ତାଙ୍କ ପ୍ରଶାସନ ସେଗୁଡ଼ିକୁ ସମଗ୍ର ବିଶ୍ୱରେ ଥିବା ଅନ୍ୟାନ୍ୟ ଦେଶରେ ବଣ୍ଟନ କରିବେ ।

Image Source: India Today

ଟ୍ରମ୍ପ୍ କହିଲେ ଯେ ବ୍ରିଟିସ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ସହ କଥାବାର୍ତ୍ତା ବେଳେ ତାଙ୍କର (ବୋରିସଙ୍କର) ପ୍ରଥମ ଅନୁରୋଧ ଥିଲା ଭେଣ୍ଟିଲେଟର୍ ଯୋଗାଇଦେବାକୁ ।

ସେ କହିଛନ୍ତି: ଆଜି ମତେ ବୋରିସ୍ ଜନସନ୍ ଭେଣ୍ଟିଲେଟର୍ ପାଇଁ କହୁଥିଲେ । ଦୁର୍ଯୋଗକୁ ସେ ସଂକ୍ରମିତ ହୋଇଛନ୍ତି । ବଡ଼ ଭୟଙ୍କର କଥା, କିନ୍ତୁ ସେ ସୁସ୍ଥ ହୋଇଯିବେ । ମୁଁ ନିଶ୍ଚିତ ଯେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବେ । କିନ୍ତୁ, ସେମାନେ ଭେଣ୍ଟିଲେଟର୍ ଆବଶ୍ୟକ କରୁଛନ୍ତି । ଇଟାଲି ଭେଣ୍ଟିଲେଟର୍ ଚାହୁଁଛି, ସ୍ପେନ୍ ଭେଣ୍ଟିଲେଟର୍ ଚାହୁଁଛି, ଜର୍ମାନି ଭେଣ୍ଟିଲେଟର୍ ଚାହୁଁଛି ।

Image Source: The Week

ସେମାନେ ସମସ୍ତେ ଭେଣ୍ଟିଲେଟର୍ ପାଇଁ ଫୋନ୍ କରୁଛନ୍ତି । ଏବଂ ଆମେ ବିପୁଳ ପରିମାଣର ଭେଣ୍ଟିଲେଟ୍ ନିର୍ମାଣ କରୁଛୁ । ଆମେ ଆମର ଆବଶ୍ୟକତା ମେଣ୍ଟାଇବୁ ଏବଂ ଅନ୍ୟ ଦେଶମାନଙ୍କୁ ସାହାଯ୍ୟ କରିବୁ ।

ସେ ଘୋଷଣା କରିଛନ୍ତି ଯେ ଆଗାମୀ ୧୦୦ ଦିନରେ ଆମେରିକା ଏକ ଲକ୍ଷରୁ ଅଧିକ ଭେଣ୍ଟିଲେଟର୍ ତିଆରି କରିବ ।

ସମ୍ବନ୍ଧିତ ଖବର