ସିରିୟାରେ ଅଲ୍‌ ବାଗଦାଦି ଚଢ଼ାଉ ସମୟର ଭିଡିଓ ଏବଂ ଫଟୋ ରିଲିଜ୍‌ କଲା ପେଣ୍ଟାଗନ୍‌

ଓ୍ଵାସିଂଟନ୍‌: ଯୁକ୍ତରାଷ୍ଟ୍ର ଆମେରିକାର ସ୍ପେସାଲ୍‌ ଫୋର୍ସ ଚଢ଼ାଉରେ ଇସ୍‌ଲାମିକ୍‌ ଷ୍ଟେଟ୍‌ ସଙ୍ଗଠନର ନେତା ଅବୁ ବାକର୍‌ ଅଲ୍‌-ବାଗ୍‌ଦାଦି ନିହତ ସଂକ୍ରାନ୍ତ ଭିଡିଓ ଏବଂ ଫଟୋ ବୁଧବାର ଦିନ ପେଣ୍ଟାଗନ୍‌ ରିଲିଜ୍‌ କରିଛି।

ଗତ ସପ୍ତାହରେ ସିରିୟାର ଇଡ୍‌ଲିବ୍‌ ପ୍ରଦେଶରେ ବାଗ୍‌ଦାଦି ବିସ୍ଫୋରକ ବିସ୍ଫୋରଣ କରି ଜୀବନ ହାରିଥିଲେ ଏବଂ ତାଙ୍କ ବିଖଣ୍ଡିତ ଶରୀରକୁ ଆନ୍ତର୍ଜାତିକ ନୀତି ଅନୁସାରେ ସମୁଦ୍ରରେ ସମାଧି ଦିଆଯାଇଛି।

ପ୍ରତିରକ୍ଷା ବିଭାଗ ରିଲିଜ୍‌ କରିଥିବା କଳାଧଳା ଫଟୋଗୁଡ଼ିକ ମଧ୍ୟରେ ରହିଛି ଯୁକ୍ତରାଷ୍ଟ୍ର ଆମେରିକାର ସୈନିକମାନେ ଚାଲି ଚାଲି ବାଗ୍‌ଦାଦି ଆତ୍ମଗୋପନ କରିଥିବା ଉଚ୍ଚ ପାଚେରି ଘେରା ପରିଧିକୁ ଯାଉଥିବା ଦୃଶ୍ୟ।

Image Source: Zee News

ତଳେ ଥିବା କୌଣସି ଏକ ଅଜ୍ଞାତ ଲଢୁଆ ଦଳ ଉପରେ ବିମାନ ଆକ୍ରମଣ ହେଉଥିବାର ଭିଡିଓ ମଧ୍ୟ ପେଣ୍ଟାଗନ୍‌ ରିଲିଜ୍‌ କରିଛି। ସେମାନେ ଯୁକ୍ତରାଷ୍ଟ୍ର ଆମେରିକାର ସୈନିକମାନଙ୍କୁ ଆଣିଥିବା ହେଲିକପ୍ଟର୍‌ ଉପରକୁ ଗୁଳି ଚଳାଇଥିଲେ।

ନିର୍ଜନ ସ୍ଥାନରେ ଥିବା ସେ ଘରର ଆକ୍ରମଣ ପୂର୍ବ ଓ ପରର ଫଟୋ ମଧ୍ୟ ରିଲିଜ୍‌ ହୋଇଛି।

ଚଢ଼ାଉ ପରେ ସେ ଘର ସମତେ ପରିସରଟିକୁ ଧ୍ୱଂସ କରାଯାଇଥିବା ଫଟୋ ମଧ୍ୟ ରିଲିଜ୍‌ ହୋଇଛି।

ସମ୍ବନ୍ଧିତ ଖବର