ନୂଆଦିଲ୍ଲୀ: ଗତ କିଛିଦିନ ପୂର୍ବରୁ ଚର୍ଚ୍ଚା ହେଉଥିଲା କି, ଭାରତ ଉପରେ ୨୦୦ ପ୍ରତିଶତ ଟାରିଫ ଲଗାଇବ ଆମେରିକା । କିନ୍ତୁ ଆଶ୍ବସ୍ତିର ଖବର ହେଉଛି ଭାରତ ଉପରୁ ୨୫ପ୍ରତିଶତ ଟାରିଫ୍ ହଟାଇବାକୁ ଯାଉଛି ଆମେରିକା । ଗତ କିଛିଦିନ ପୂର୍ବରୁ ଆମେରିକାର ଅର୍ଥ ସଚିବ ଭାରତ ଉପରେ ଆଉ କୌଣସି ଟାରିଫ୍ ନଲଗାଇବା ପାଇଁ ସଂକେତ ଦେଇଥିଲେ । ଆଉ ଏବେ ଯେଉଁ ଖବର ସାମ୍ନାକୁ ଆସିଛି ତାହା ଆମେରିକା ଭାରତର ବାଣିଜ୍ୟକୁ ମଜବୁତ କରିବ ବୋଲି ଆଶା କରାଯାଉଛି ।
ଚର୍ଚ୍ଚାରେ ଅର୍ଥ ସଚିବଙ୍କ ବୟାନ
ଆମେରିକାର ଅର୍ଥ ସଚିବ ସ୍କଟ୍ ବେସାଣ୍ଟ କହିଛନ୍ତି, ଆମେରିକା ଭାରତରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ୨୫% ଶୁଳ୍କ ଉଠାଇବା ବିଷୟରେ ବିଚାର କରୁଛି । ୟୁକ୍ରେନ ଯୁଦ୍ଧ ପରେ ଭାରତକୁ ଋଷରୁ ତେଲ କିଣିବାରୁ ରୋକିବା ପାଇଁ ଟ୍ରମ୍ପ ପ୍ରଶାସନ ଦ୍ୱାରା ଏହି ଶୁଳ୍କ ଲାଗୁ କରାଯାଇଥିଲା । ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ ସମୟରେ, ସେ କହିଥିଲେ, ଭାରତ ଉପରେ ଶୁଳ୍କ ଲଗାଇବାର ଉଦ୍ଦେଶ୍ୟ ସଫଳ ହୋଇଛି ଏବଂ ଏବେ ଏହାକୁ ଉଠାଇ ଦିଆଯାଇପାରିବ । ଋଷରୁ ଭାରତର ତୈଳ କ୍ରୟ ଯଥେଷ୍ଟ ହ୍ରାସ ପାଇଛି । ଶୁଳ୍କ ବର୍ତ୍ତମାନ ଲାଗୁ ହୋଇଛି, କିନ୍ତୁ ମୁଁ ଆଶା କରୁଛି ଖୁବଶୀଘ୍ର ସେଗୁଡ଼ିକୁ ହଟାଇବା ପାଇଁ ରାସ୍ତା ଖୋଲିବ । ଏବଂ ପୂର୍ବଭଳି ଭାରତ ସହ ନିଃସ୍ବାର୍ଥପର ବାଣିଜ୍ୟ କରାଯାଇପାରିବ ।
ଆହୁରି ପଢ଼ନ୍ତୁ: China will swallow Canada: ଚୀନ୍ ଗିଳି ପକାଇବ: ଗ୍ରିନ୍ଲାଣ୍ଡର ଗୋଲ୍ଡେନ ଡମ୍କୁ ବିରୋଧ କରୁଥିବା କାନାଡାକୁ ଚେତାବନୀ ଦେଲେ ଟ୍ରମ୍ପ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2026/01/24/tariff-2026-01-24-15-13-36.jpeg)