ସିଟଲ୍: କରୋନାଭାଇରସ୍ ସଂକ୍ରମଣରେ ଆଉ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା କଥା ରବିବାର ରାତିରେ ଓ୍ଵାସିଂଟନ୍ ଷ୍ଟେଟ୍ର ସ୍ୱାସ୍ଥ୍ୟ ଅଧିକାରୀମାନେ କହିଛନ୍ତି। ସିଟଲ୍ ନିକଟରେ ଥିବା ଏକ ଡାକ୍ତରଖାନାରେ ଏହି ୭୦ ବର୍ଷିୟ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି।
ଏହା ହେଉଛି ଯୁକ୍ତରାଷ୍ଟ୍ର ଆମେରିକାରେ କରୋନାଭାଇରସ୍ ସଂକ୍ରମଣଜନିତ ଦ୍ୱିତୀୟ ମୃତ୍ୟୁ ଘଟଣା। ଶୁକ୍ରବାର ଦିନ ଜଣେ ମଧ୍ୟ ବୟସ୍କ ବ୍ୟକ୍ତି କରୋନାଭାଇରସ୍ରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ।
କରୋନାଭାଇରସ୍ ସଂକ୍ରମଣରେ ପୀଡ଼ିତ ହୋଇଥିବା ଜଣାପଡ଼ିବା ପରେ ଉଭୟଙ୍କୁ ସିଟଲ୍ର ପୂର୍ବାଞ୍ଚଳ ଅନ୍ତର୍ଗତ ଓ୍ଵାସିଂଟନ୍ର କିର୍କଲାଣ୍ଡ୍ର ଏକ ଡାକ୍ତରଖାନାରେ ଚିକିତ୍ସା କରାଯାଉଥିଲା।
ଏବେ ଓ୍ଵାସିଂଟନ୍ ଷ୍ଟେଟ୍ରେ ୧୨ଜଣ ବ୍ୟକ୍ତି କରୋନାଭାଇରସ୍ରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।
ଗବେଷକମାନେ କହୁଛନ୍ତି ଯେ ବୋଧହୁଏ କିଛି ସପ୍ତାହ ତଳୁ କରୋନାଭାଇରସ୍ ଓ୍ଵାସିଂଟନ୍ ଷ୍ଟେଟ୍ରେ ସଂକ୍ରମିତ ହୋଇଛି। ଆରମ୍ଭରୁ ଏ କଥା ଜଣାପଡ଼ି ନ ଥିଲା।
ଓ୍ଵାସିଂଟନ୍ ଛଡ଼ା କାଲିଫର୍ଣ୍ଣିଆ, ଇଲ୍ନଇସ୍, ରୋଡ୍ ଆଇଲାଣ୍ଡ୍, ନ୍ୟୁୟର୍କ ଆଦି ସ୍ଥାନରେ ମଧ୍ୟ ପୁଣି କେତେଜଣ ବ୍ୟକ୍ତି କରୋନାଭାଇରସ୍ରେ ସଂକ୍ରମିତ ହୋଇଥିବା କଥା ପରୀକ୍ଷାରୁ ଜଣାପଡ଼ିଛି।