ଦୋସାକୁ ଇଂରାଜୀରେ କ’ଣ କୁହାଯାଏ ?

ଭାଇରାଲ ହେଲା ଆମେରିକୀୟ ରେସ୍ତୋରାଁର ଅଦ୍ଭୁତ ନାମକରଣ

ଭୁବନେଶ୍ବର : ଆମ ଭାରତୀୟଙ୍କ ପ୍ରିୟ ଜଳଖିଆ ମଧ୍ୟରେ ରହିଛି ଦୋସା, ବରା, ଇଡଲି ଇତ୍ୟାଦି । ଏସବୁ ଜଳଖିଆ ଏବେ କେବଳ ଭାରତ ନୁହେଁ, ବିଶ୍ବର ଅନ୍ୟ ଦେଶଗୁଡ଼ିକରେ ବି ଲୋକପ୍ରିୟ ହେବାରେ ଲାଗିଛି । ତେବେ ଆପଣ ଜାଣନ୍ତି କି ଦୋସାକୁ ଇଂରାଜୀରେ କଣ କୁହାଯାଏ ? ବରା, ଇଡଲିକୁ ଇଂରାଜୀରେ କଣ କୁହାଯାଏ ?

ଆମ ଭାରତରେ ଥିବା ରେସ୍ତୋରାଁ ଗୁଡ଼ିକରେ ଏସବୁ ଜଳଖିଆକୁ ଇଂରାଜୀରେ ମଧ୍ୟ ସମାନ ଭାବେ ଲେଖାଯାଇଥାଏ । କାରଣ ଅଧିକାଂଶ ଲୋକ ଏଗୁଡ଼ିକୁ ଜାଣିଥିବାରୁ ଠିକ ଭାବେ ବୁଝିପାରନ୍ତି । କିନ୍ତୁ ଆମେରିକାରେ ଏଗୁଡ଼ିକୁ କଣ କୁହାଯାଏ ?

 

ଏବେ ଆମେରିକାର ଏକ ରେସ୍ତୋରାଁରେ ଏସବୁ ଭାରତୀୟ ଖାଦ୍ୟକୁ ନିଜ ମେନ୍ୟୁରେ ସାମିଲ କରିଛି । କିନ୍ତୁ ସେଗୁଡ଼ିକର ଅଦ୍ଭୁତ ପ୍ରକାରର ଇଂରାଜୀ ନାମ ଦିଆଯାଇଛି । ସାଧାରଣ ଦୋସାକୁ ଇଂରାଜୀରେ ଲେଖାଯାଇଛି ‘ନେକେଡ୍ କ୍ରେପ୍’ । ମସାଲା ଦୋସାକୁ ଇଂଲାଜୀରେ ଲେଖାଯାଇଛି ସ୍ମାସଡ ପୋଟାଟୋ କ୍ରେପ୍ । ସେହିପରି ଇଡଲିକୁ ‘ଡଂକେଡ୍ ରାଇସ କେକ ଡିଲାଇଟ’ ବୋଲି ଲୋଖାଯାଇଛି । ପୁଣି ଏସବୁ ସାମଗ୍ରୀର ଦର ଶୁଣି ଭାରତୀୟଙ୍କ ହୋସ ଉଡ଼ିଯାଇଛି । ମସାଲା ଦୋସାର ମୂଲ୍ୟ ୧୮.୬୯ ଡଲାର ( ୧୪୯୧ ଟଙ୍କା ), ସାଧାରଣ ଦୋସାର ମୂଲ୍ୟ ୧୭.୫୯ ଡଲାର ( ୧୪୦୪ ଟଙ୍କା), ଇଡଲିର ମୂଲ୍ୟ ରହିଛି ୧୫.୩୯ ଡଲାର (୧୨୨୮ ଟଙ୍କା) ରହିଛି । ଏହି ରେସ୍ତୋରାଁର ଏକ ଅନଲାଇନ ମେନ୍ୟୁ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

 

ସମ୍ବନ୍ଧିତ ଖବର