ଭାରତ ଏବଂ ଅନ୍ୟ ଦେଶ ପ୍ରତି ଚୀନ୍‌ ଆଡୁ ଥିବା ବିପଦର ମୁକାବିଲା ପାଇଁ ନିଜର ସୈନ୍ୟ ମୁତୟନ ସ୍ଥିତି ସମୀକ୍ଷା କରୁଛି ଆମେରିକା: ମାଇକ୍ ପମ୍ପିଓ

ନୂଆଦିଲ୍ଲୀ: ଚୀନ୍‌ର ସେନାବାହିନୀ ‘ପିପୁଲସ୍ ଲିବସେରସନ୍ ଆର୍ମି’ର ମୁକାବିଲା ନିମନ୍ତେ ଆମେରିକାର ସାମରିକ ବାହିନୀ ଯେ ଠିକଣା ସ୍ଥାନରେ ମୁତୟନ ହୋଇଛନ୍ତି ଏ ବିଷୟରେ ସୁନିଶ୍ଚିତ ହେବାକୁ ଆମେରିକା ନିଜର ବୈଶ୍ବିକ ସେନା ମୁତୟନ ସ୍ଥିତି ସମୀକ୍ଷା କରୁଥିବା କଥା ବୈଦେଶିକ ସଚିବ ମାଇକ୍ ପମ୍ପିଓ ଗୁରୁବାର ଦିନ କହିଛନ୍ତି।

ଭାରତ, ମାଲେସିଆ, ଇଣ୍ଡୋନେସିଆ ଏବଂ ଫିଲିପ୍ପିନ୍‌ସ୍ ପ୍ରଭୃତି ଦକ୍ଷିଣ ଏସୀୟ ଦେଶଗୁଡ଼ିକ ପ୍ରତି ଚୀନ୍‌ ଆଡୁ ବିପଦ ବୃଦ୍ଧି ପାଉଥିବା କାରଣରୁ ଆମେରିକା ଏ ଭଳି ପଦକ୍ଷେପ ଗ୍ରହଣ କରୁଥିବା ଜଣାପଡ଼ିଛି।

Image Courtesy of The Hindu

‘ଜର୍ମାନ୍ ମାର୍ସାଲ୍ ଫଣ୍ଡ୍‌’ର ‘ବ୍ରୁସେଲ୍‌ସ୍ ଫୋରମ୍ ୨୦୨୦’ ଭର୍ଚ୍ୟୁଆଲ୍ ସମାବେଶରେ ଏକ ପ୍ରଶ୍ନର ଉତ୍ତର ଦେଇ ପମ୍ପିଓ ଏ ଭଳି ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି: ‘ପିପୁଲସ୍ ଲିବସେରସନ୍ ଆର୍ମି’ର ମୁକାବିଲା ନିମନ୍ତେ ଆମେ ଠିକଣା ସ୍ଥାନରେ ଉପସ୍ଥିତ ରହିଥିବା କଥାରେ ସୁନିଶ୍ଚିତ ହେବୁ। ଏହାକୁ ଆମେ ଆମ ସମୟର ଆହ୍ବାନ ବୋଲି ବିଚାର କରୁଛୁ। ଏବଂ ତାହାର ମୁକାବିଲା ନିମନ୍ତେ ସେଠାରେ ଆମର ସୈନିକ-ସମ୍ବଳ ରହିଥିବା ବିଷୟରେ ଆମେ ସୁନିଶ୍ଚିତ ହେବୁ।

ରାଷ୍ଟ୍ରପତି ଡୋନାଲ୍‌ଡ୍ ଟ୍ରମ୍ପ୍‌ଙ୍କ ନିର୍ଦେଶକ୍ରମେ ସୈନ୍ୟ ଅବସ୍ଥିତି ସମୀକ୍ଷା କରାଯାଉଛି। ତେଣୁ, ଯୁକ୍ତରାଷ୍ଟ୍ର ଆମେରିକା ଜର୍ମାନ୍‌ରେ ସୈନ୍ୟସଂଖ୍ୟା ୫୨୦୦ରୁ ୨୫୦୦କୁ ହ୍ରାସ କରିଛି ବୋଲି ମାଇକ୍ ପମ୍ପିଓ କହିଛନ୍ତି। କ୍ଷେତ୍ର ବିଶେଷକୁ ଚାହିଁ ସୈନ୍ୟ ମୁତୟନ କରାଯିବ। କେତେକ ସ୍ଥାନରେ ସ୍ବଳ୍ପ ଆମେରିକୀୟ ସୈନ୍ୟ ରହିବେ। ଅନ୍ୟନ୍ୟା ସ୍ଥାନ, ଯାହା ପ୍ରତି ଚୀନ୍ କମ୍ୟୁନିଷ୍ଟ୍ ପାର୍ଟି ଆଡୁ ବିପଦ ଥିବା କଥା ମୁଁ କହିଲି। ଭାରତ ପ୍ରତି ବିପଦ, ଭିଏତନାମ ପ୍ରତି ବିପଦ, ମାଲେସିଆ ପ୍ରତି ବିପଦ, ଇଣ୍ଡୋନେସିଆ ପ୍ରତି ବିପଦ ଓ ଦକ୍ଷିଣ ଚୀନ୍ ସାଗର ଆହ୍ବାନ, ଏବଂ ଫିଲିପ୍ପିନ୍‌ସ୍ ପ୍ରତି ଏବେ ବିପଦ ରହିଛି।

 

ସମ୍ବନ୍ଧିତ ଖବର