ୱାସିଂଟନ୍: କ୍ରେମ୍ଲିନ୍ ପ୍ରେସ୍ ସଚିବ ଡିମିତ୍ରି ପେସ୍କୋଭ୍ତ୍ଙ୍କ ସମେତ ରାଜନୈତିକ ପ୍ରଭାବ ଥିବା ୫୦ଜଣ ବିଶିଷ୍ଟ ବ୍ୟବସାୟୀ ଓ ତାଙ୍କ ପରିବାରବର୍ଗଙ୍କ ଉପରେ ହ୍ବାଇଟ୍ ହାଉସ୍ ନୂଆ କଟକଣା ଜାରି କରିଛି।
ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି, ବିମାନ ଆକ୍ରମଣରୁ ତ୍ରାହି ପାଇବା ପାଇଁ ୟୁକ୍ରେନ୍ବାସୀ ଆଶ୍ରୟ ଲୋଡୁଥିବା ବେଳେ ରୁଷୀୟ ଜନତାଙ୍କ ଅର୍ଥରେ ଅନ୍ୟାୟ ଭାବେ ରୋଜଗାର କରୁଥିବା ବ୍ୟକ୍ତିବିଶେଷଙ୍କ ଉଦ୍ଦେଶ୍ୟରେ ଏହି କଟକଣା ଲାଗୁ କରାଯାଇଛି। ଏହି ନୂତନ କଟକଣା ଯୁକ୍ତରାଷ୍ଟ୍ର ଆମେରିକୀୟ ଆର୍ଥିକ ବ୍ୟବସ୍ଥାରୁ ଉଚ୍ଚବର୍ଗର ରୁଷୀୟ, ସେମାନଙ୍କ ପରିବାରବର୍ଗ ଓ ଘନିଷ୍ଠ ସହଯୋଗୀମାନଙ୍କ ସଂଖ୍ୟା ହ୍ରାସ କରିବ।
Image Courtesy of NDTVସାମ୍ବାଦିକମାନଙ୍କୁ ବାଇଡେନ୍ କହିଛନ୍ତି, ରୁଷ୍ର ଅନ୍ୟତମ ସବୁଠୁ ବିତ୍ତଶାଳୀ କୋଟିପତିଙ୍କ ସମେତ ଏହି ତାଲିକାରେ ଅନେକ ବ୍ୟକ୍ତିଙ୍କ ନାମ ଯୋଗ କରାଯାଇଥିବା କଥା ଆଜି ମୁଁ ଘୋଷଣା କରୁଛି। ରାଜନୈତିକ ପ୍ରଭାବ ଥିବା ୫୦ଜଣ ବିଶିଷ୍ଟ ରୁଷୀୟ ବ୍ୟବସାୟୀ, ସେମାନଙ୍କ ପରିବାରବର୍ଗ ଏବଂ ସେମାନଙ୍କର ଘନିଷ୍ଠ ସହଯୋଗୀମାନଙ୍କ ଆମେରିକା ଆଗମନ ନିଷେଧ କରୁଛି।
ସେ କହିଛନ୍ତି, ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଏବଂ ତାଙ୍କ ଚାରିପଟେ ଗହଳି କରୁଥିବା ବ୍ୟକ୍ତିମାନଙ୍କ ଉପରେ ଯୁକ୍ତରାଷ୍ଟ୍ର ଆମେରିକା ଭୀଷଣ ଆର୍ଥିକ କଟକଣା ଲାଗୁ କରିବା ସହ ପ୍ରଯୁକ୍ତିବିଦ୍ୟା ଏବଂ ବୈଶ୍ବିକ ଆର୍ଥିକ ଧାରାରୁ ନିବୃତ୍ତ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/WAR1.jpg)