ଆମେରିକା କଟକଣା ରୁଷ୍‌ ବିରୋଧରେ କାମ ଦେବନି: ୨୦୧୪ରେ ବି କଠୋର କଟକଣା ଲାଗୁ ହୋଇଥିଲା

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ରୁଷ୍‌ ବିରୋଧରେ କଠୋର ଆର୍ଥିକ କଟକଣା ଘୋଷଣା କରିଛନ୍ତି। ନୂଆ ପୁଂଜିଲଗାଣ, ବାଣିଜ୍ୟ ଏବଂ ରୁଷ୍‌ ବ୍ୟବସାୟୀଙ୍କୁ ଋଣ ପ୍ରଦାନ କ୍ଷେତ୍ରରେ ଶକ୍ତ କଟକଣା ଲାଗୁ କରିବାକୁ ଆଦେଶନାମାରେ ବାଇଡେନ୍‌ ସ୍ବାକ୍ଷର କରିଛନ୍ତି। ତେବେ ୨୦୨୨ରେ ରୁଷ୍‌ ଭଳି ମହାଶକ୍ତି ବିରୋଧରେ ଏଭଳି କଟକଣା ବିଶେଷ ଫରକ ପକାଇବ ନାହିଁ ବୋଲି କୁହାଯାଉଛି। ଏଭଳି କଟକଣା ରୁଷ୍‌ ପାଇଁ ସଙ୍କଟ ଆଣିବ ବୋଲି ଆମେରିକା ଓ ୟୁରୋପୀୟ ରାଷ୍ଟ୍ରମାନେ ଯେଉଁ ଧାରଣା ଦେଉଛନ୍ତି ତାହା ସଂପୂର୍ଣ୍ଣ ଭୁଲ୍‌ ବୋଲି ବିଶେଷଜ୍ଞମାନେ କହିଛନ୍ତି। ରୁଷ୍‌ ବିରୋଧରେ କଟକଣାକୁ ଏକ ଅସ୍ତ୍ର ଭାବେ ବ୍ୟବହାର କରିବା ପ୍ରୟାସ ଆଦୌ ସଫଳ ହେବନାହିଁ ବୋଲି ବରିଷ୍ଠ ଅର୍ଥନୀତିଜ୍ଞ ଏବଂ କୂଟନୀତି ବିଶେଷଜ୍ଞମାନେ ମତ ଦେଇଛନ୍ତି। ୨୦୧୪ରେ ରୁଷ୍‌ କ୍ରିମିଆ ଅଧିକାର କରିନେବା ପରେ ଆମେରିକା କଠୋର ଆର୍ଥିକ କଟକଣା ଲାଗୁ କରିଥିଲା। ତେବେ ରୁଷ୍‌ ଏଭଳି କଟକଣା ସବୁକୁ ପ୍ରଭାବହୀନ କରିଦେଇଥିଲା।

ସମ୍ବନ୍ଧିତ ଖବର