ନୂଆଦିଲ୍ଲୀ : ଭାରତ କେଉଁ ଦେଶରୁ କେଉଁ ଅସ୍ତ୍ରଶସ୍ତ୍ର କିଣିବ ତାହା ତାହାର ସାର୍ବଭୌମ ଅଧିକାର । ଏଥିପାଇଁ ଅନ୍ୟ କେଉଁ ଦେଶର ଅନୁମତି ଆବଶ୍ୟକ ନାହିଁ କିମ୍ବା ଆମେ କଣ କିଣିବା ଉଚିତ କଣ ନୁହେଁ, ସେ ସଂପର୍କରେ ଅନ୍ୟ କୌଣସି ଦେଶ ଆମକୁ ପରାମର୍ଶ ଦେବା ଉଚିତ ନୁହେଁ ବୋଲି ଭାରତର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର କହିଛନ୍ତି । ଶ୍ରୀ ଜୟଶଙ୍କର ଏବେ ଆମେରିକା ଗସ୍ତରେ ଅଛନ୍ତି । ଏହି ଅବସରରେ ସେ ଆମେରିକାର ବୈଦେଶିକ ସଚିବ ମାଇକ ପମ୍ପେଓଙ୍କୁ ଭେଟିଛନ୍ତି । ତେବେ ଏହି ଭେଟ କାଳରେ କେଉଁ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି ସେ କିଛି କହିବାକୁ ମନା କରିଦେଇଛନ୍ତି ।

Advertisment

publive-image Zee Business

ସୂଚନାଯୋଗ୍ୟ ଯେ ଏସ-୪୦୦ ଖରିଦକୁ ନେଇ ଆମେରିକା ଅସନ୍ତୁଷ୍ଟ ଥିବା ସତ୍ତ୍ୱେ ଏହାକୁ କିଣିବାକୁ ଭାରତ ନିଷ୍ପତ୍ତି ନେଇଛି । ଋଷିଆରୁ ୫ଟି ରେଜିମେଣ୍ଟ ଏସ-୪୦୦ କିଣିବାକୁ ୨୦୧୮, ଅକ୍ଟୋବରରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତକାଳରେ ୫.୪୩ ବିଲିୟନ ଡଲାରର ଚୁକ୍ତି ହୋଇଥିଲା । ଏହି ଚୁକ୍ତି ଅନୁସାରେ ପ୍ରଥମ ଅଗ୍ରୀମ କିସ୍ତି (ମୋଟ ମୂଲ୍ୟର ୧୦%) ପ୍ରଦାନ କରିବାର ୨ ବର୍ଷ ମଧ୍ୟରେ ପ୍ରଥମ ଏସ-୪୦୦ ମିଳିବ । ଏହାର ଦୁଇ ବର୍ଷ ପରେ ଅନ୍ୟ ଏସ-୪୦୦ ଗୁଡିକ ଭାରତକୁ ମିଳିବ ।