ଓ୍ଵାସିଂଟନ୍: ଉତ୍ତର କୋରିଆ ପୁଣି ନୂତନ ସ୍ୱଳ୍ପ-ଦୂରଗାମୀ କ୍ଷେପଣାସ୍ତ୍ର ପରୀକ୍ଷା କରିଛି ବୋଲି ଗୁରୁବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ସରକାରୀ କର୍ମଚାରୀମାନେ କହିଛନ୍ତି। ସେମାନେ ଆହୁରି କହିଛନ୍ତି ଯେ ଏହି ଉତ୍କ୍ଷେପଣ ସବୁ ନିକଟ ଅତୀତରେ ପାଓଙ୍ଗ୍ୟାଙ୍ଗ୍ ଉତ୍କ୍ଷେପଣ କରିଥିବା କ୍ଷେପଣାସ୍ତ୍ର ଭଳି। ଦକ୍ଷିଣ କୋରିଆ ସେନା କହିଛି ଯେ ଶୁକ୍ରବାର ସ୍ଥାନୀୟ ସମୟ ରାତି ୨. ୫୯ ରୁ ୩. ୨୩ ମଧ୍ୟରେ ଉତ୍ତର କୋରିଆର ଦକ୍ଷିଣ ହାମ୍ଗ୍ୟୋଙ୍ଗ୍ ପ୍ରଦେଶର ପୂର୍ବ ସାଗର ମଧ୍ୟକୁ ଏହି କ୍ଷେପଣାସ୍ତ୍ରଗୁଡ଼ିକ ନିକ୍ଷେପ କରାଯାଇଛି।
ଦକ୍ଷିଣ କୋରିଆର ୟୋନ୍ହାପ୍ ସମ୍ବାଦ ଏଜେନ୍ସି ଦେଶର ଜଏଣ୍ଟ୍ ଚିଫ୍ସ୍ ଅଫ୍ ଷ୍ଟାଫ୍ଙ୍କ ବକ୍ତବ୍ୟକୁ ଉଦ୍ଧାର କରି ଲେଖିଛି: ଆମେ ପରିସ୍ଥିତ ଉପରେ ଦୃଷ୍ଟି ରଖିଛୁ। କାଳେ ଅଧିକ କ୍ଷେପଣାସ୍ତ୍ର କ୍ଷେପଣ କରାଯିବ ସେଥିପାଇଁ ମଧ୍ୟ ଆମେ ସଜାଗ ରହିଛୁ। ଯୁକ୍ତରାଷ୍ଟ୍ର ଆମେରିକାର ଜଣେ ଅଧିକାରୀ କହିଛନ୍ତି ଯେ ଉତ୍କ୍ଷେପିତ କ୍ଷେପଣାସ୍ତ୍ରଗୁଡ଼ିକ ମଧ୍ୟରୁ ଗୋଟିକୁ ଚିହ୍ନଟ କରାଯାଇଛି। ମାତ୍ର ତାହା ଉତ୍ତର ଆମେରିକା ପ୍ରତି ବିପଦ ନୁହେଁ।